Only for Entertainment

ସକାଳ ୫ଟାରେ ପିଏମ ମୋଦିଙ୍କୁ ଟ୍ୱିଟ କରୁଥିବା ଲୋକଙ୍କର ମଜାକ ଉଡ଼ାଇଲେ କପିଲ ।

bollywood tadka
40

ବଲିଉଡର କମେଡ଼ି କିଙ୍ଗ ହେଉଛନ୍ତି କପିଲ ଶର୍ମା । ଲୋକଙ୍କୁ ହସାଇବାରେ ସେ କୌଣସି ସୁଯୋଗ ହାତ ଛଡ଼ା କରନ୍ତି ନାହିଁ । ବାସ୍ତବରେ କେତେକ ଆକ୍ଟର ଡିଜିଟାଲ ପ୍ଲାଟଫର୍ମରେ ଖୁବ ଆକ୍ଟିଭ । ପ୍ରଥମେ ଦୀପିକା ପାଦୁକୋନ ତାଙ୍କ ୱେବସାଇଟ ନେଇ ଆସିଥିଲେ । ଏବେ ସଲମାନଙ୍କ ଭାଇ ଅରବାଜଙ୍କୁ ଏହି ଟ୍ରେଣ୍ଡରେ ଦେଖିବାକୁ ମିଳିଛି । ତାଙ୍କ ଶୋ’ରେ ଅତିଥି ହୋଇ ପହଂଚିଥିଲେ କପିଲ ଶର୍ମା । ଏହି ସମୟରେ ସେ ପିଏମ ମୋଦିଙ୍କୁ ନେଇ ଏଭଳି ଏକ କଥା କହିଛନ୍ତିଯେ ସୋସିଆଲ ମିଡିଆରେ ଟ୍ରୋଲ ହୋଇ ଯାଇଛନ୍ତି ।

ଶୋ’ରେ ସ୍ୱାଧୀନତାକୁ ନେଇ ଦିଆଯାଉଥିବା ମନ୍ତବ୍ୟ ଉପରେ ଚର୍ଚ୍ଚା ହେଉଥିଲା । ୧୨ ମାର୍ଚ୍ଚକୁ ଆସୁଥିବା ଏପିସୋଡରେ କପିଲ ନଜର ଆସିବେ । ଏହାର ପ୍ରମୋ ରିଲିଜ ହୋଇ ସାରିଛି । ପ୍ରମୋରେ କଥା ହେବା ସମୟରେ କପିଲ କହୁଛନ୍ତିଯେ ଯେଉଁ ବ୍ୟକ୍ତି ସକାଳ ୫ଟାରେ ପିଏମ ମୋଦିଙ୍କୁ ଟ୍ୱିଟ କରୁଛି ହୁଏତ ସେ ଖୁବ ଦୁôଃଖି କିମ୍ବା ଓ ମଦ ପିଇଛି । ଏହି କମେଂଟ ପରେ କପିଲ ଟ୍ରୋଲ ହେଉଛନ୍ତି ।

ଅରବାଜ କହିଛନ୍ତିଯେ ଆଜିକାଲି କେହି କାହାକୁ କୌଣସି ମଧ୍ୟ କମେଂଟ କରି ଦେଉଛି । ବେଳେ ବେଳେ ଏଥିପାଇଁ ହୃଦୟ ମଧ୍ୟ ଭାଙ୍ଗିଯାଉଛି । ତେଣୁ ଏହି ଉପରେ ଆମେ ତାରକା ମାନଙ୍କ ସହିତ ଆଲୋଚନା କରୁଛୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More