କପିଲ ଶର୍ମାଙ୍କ ଜେଜେମାକୁ ବୋକା ବନାଇଲା ଆଇସକ୍ରିମ ବାଲା, ଦେଖନ୍ତୁ ଭିଡିଓ ।
କମେଡି ଶୋ ଦ କପିଲ ଶର୍ମାରେ କପିଲ ଶର୍ମାଙ୍କ ଜେଜେମା ଭୂମିକା ତୁଲାଉଥିବା ଅଲି ଅଜଗରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ଆପଣ ମଧ୍ୟ ହସି ହସି ଗଡି ପଡିବେ । ଆପଣ ସୋସିଆଲ ମିଡିଆରେ ଟର୍କିଶ ଆଇସକ୍ରିମର ଅନେକ ଭିଡିଓ ଦେଖିଥିବେ ଯେଉଁଠି ଆଇସକ୍ରିମ ପ୍ରସ୍ତୁତ କରିବା ସମୟରେ ଭେଣ୍ଡର ଏହାର ଖୁବ ମଜା ନିଅନ୍ତି ।
ଅଲି ଅଜଗର ମଧ୍ୟ ଟର୍କିଶ ଆଇସକ୍ରିମ ପାଖରେ ପହଂଚିଥିଲେ ଏବଂ ଭେଣ୍ଡର ତାଙ୍କ ସହ ମଜା ନେଇଛନ୍ତି । ଯାହା ଦେଖି ଆପଣ ମଧ୍ୟ ପସନ୍ଦ କରିବେ । ଅନେକ ଲୋକ ନିଜର ଧୈର୍ଯ୍ୟ ହରାଇ ରାଗି ଯାଆନ୍ତି , ମାତ୍ର ଏହାପରେ ମଧ୍ୟ ସେ ଏହିଭଳି ମଜା ନେଉଥାଆନ୍ତି ।
Haath aaya muh ko na laga ..?..ice cream wala in Istanbul ?? pic.twitter.com/DWa6xhFslV
— Ali Asgar (@kingaliasgar) July 11, 2018
ଅଲି ଅଜଗର କମିକ ଟାଇମରୁ ଜଣାଶଣା । ତାଙ୍କ ସହ ମଧ୍ୟ କିଛି ଏହିଭଳି ଘଟିଛି ଯାହା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଅଲୀ ଟ୍ୱିଟରରେ ସେୟାର କରିଛନ୍ତି । ଅଲୀ ଏବେ ତୁର୍କୀର ଇସ୍ତାନବୁଲରେ ଅଛନ୍ତି । ଏହି ଭିଡିଓ ୧୧ଜୁଲାଇରେ ଶେୟାର କରାଯାଇଥିଲା । ଯାହାକୁ ୧୮୦୦ଲାଇକ ମିଳି ସାରିଲାଣି । ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।