Only for Entertainment

କମେଡି କିଙ୍ଗ କପିଲ ଶର୍ମାଙ୍କ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ଲାଗିଲା ନିଆଁ !

Zee News
64

କମେଡି କିଙ୍ଗ କପିଲ ଶର୍ମାଙ୍କୁ ନେଇ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି । କପିଲ ଶର୍ମାଙ୍କ ମୁମ୍ବାଇ ସ୍ଥିତ ଆଶିବାରା ଆପାର୍ଟମେଣ୍ଟରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

କୁହାଯାଉଛି କି ରୋଷେଇ ଘରୁ ପ୍ରଥମେ ନିଆଁ ବାହରୁ ଥିବା ଦେଖି ପଡୋଶୀ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ମାତ୍ର ଅଧଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରି ନେଇଥିଲେ। ଏହି ୭ ମହଲା ଫ୍ଲାଟର ୪ର୍ଥ ମହାଲାରେ କପିଲ ରହୁଥିଲେ। ତେବେ କପିଲ ଶର୍ମା କିଛିଦିନ ତଳେ ଏହି ଘର ଖାଲି କରି ନିକଟରେ ଥିବା ତାଙ୍କର ଆଉ ଏକ ଘରକୁ ଚାଲି ଯାଇଥିଲେ। ତେଣୁ ଘରଟି ସମ୍ପୂର୍ଣ୍ଣ ଖାଲି ଥିବାରୁ ଧନ ଜୀବନ ହାନୀ ହୋଇ ନ ଥିବା କୁହାଯାଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More