Only for Entertainment

୨ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ କପିଲ ଶର୍ମା, କହିଲେ ଲାଇଫ ଷ୍ଟାଇଲ ପରିବର୍ତ୍ତନ କରିବା ପାଇଁ କରୁଛି ଚେଷ୍ଟା

wallparper
0 30

୨ ମାସ ବ୍ୟବଧାନ ପରେ କମେଡି କିଙ୍ଗ କପିଲ୍ ଶର୍ମା କରିଛନ୍ତି ଟ୍ୱିଟ୍ । ଅନେକ ଦିନ ଧରି ଲାଇମ୍ ଲାଇଟରୁ ଦୁରରେ ଥିବା କପିଲ୍ ନିଜ ବିଷୟରେ ଅନେକ କଥା ଫ୍ୟାନମାନଙ୍କ ସହ କରିଛନ୍ତି ସେୟାର୍ । କପିଲ୍ କହିଛନ୍ତି ସେ ଏବେ ଅସୁସ୍ଥ ଅଛନ୍ତି । ଖୁବଶୀଘ୍ର ସୁସ୍ଥ ହୋଇ ଟିଭି ପରଦାକୁ ଫେରିବେ ବୋଲି କପିଲ୍ କହିଛନ୍ତି ।

ଗତ କିଛି ଦିନ ହେବ ଲାଇମ୍ ଲାଇଟ୍ରୁ ଦୁରେଇ ରହିଥିଲେ କମେଡି କିଙ୍ଗ କପିଲ୍ ଶର୍ମା । ତାଙ୍କର କମବ୍ୟାକ୍
ଶୋ ଫ୍ୟାମିଲି ଟାଇମ୍ ୱିଥ୍ କପିଲ୍ ଶର୍ମା ଫ୍ଲପ୍ ହେବା ପରେ ସେ ଟେଲିଭିଜନ୍ ଆଉ ମିଡିଆ ଠାରୁ ନିଜକୁ ଦୁରେଇ ଦେଇଥିଲେ । ଏହା ପଛରେ ଆଉ ଏକ କାରଣ ରହିଛି, ସାମ୍ବାଦିକଙ୍କ ସହ ବିବାଦ । ଆଉ କପିଲଙ୍କ ଅପଶବ୍ଦ ବ୍ୟବହାର ହୋଇଥିବା ଏକ ଅଡିଓ କ୍ଲିପ୍ । ଯାହା ପରଠାରୁ ଲାଇମ୍ ଲାଇଟ୍ ଠାରୁ ଦୁରେଇ ଯାଇଥିଲେ କପିଲ୍ ।


କପିଲଙ୍କ କ୍ୟାରିୟରରେ ଡାଉନ୍ ଫଲ୍ ଆଉ ଏମିତି ସବୁ କଂଟ୍ରୋଭର୍ସିକୁ ନେଇ  ସେ ଡିପ୍ରେସନରେ ଥିବା ତାଙ୍କ ନିକଟ ବନ୍ଧୁଙ୍କ ଠାରୁ ବି ଜାଣିବାକୁ ମିଳିଲା । ତେବେ ୨ ମାସ ଧରି ସାଇଲେଂଟ୍ ରହିବା ପରେ କପିଲ୍ ଫେରିଛନ୍ତି ସୋସିଆଲ୍ ମିଡିଆକୁ । ଆଉ ନିଜ ପ୍ରଶଂସକଙ୍କ ସହ ଯୋଗାଯୋଗ କରିବାକୁ କରିଛନ୍ତି ଚେଷ୍ଟା । କପିଲ୍ ଟ୍ୱିଟ୍ କରି ପ୍ରଶଂସକଙ୍କୁ ନିଜ ବିଷୟରେ କହିଛନ୍ତି ।


ଫ୍ୟାନମାନେ ତାଙ୍କୁ ପଚାରିଲେ ସେ କେବେ ଟିଭିକୁ ଫେରିବେ । କପିଲ ଉତ୍ତର ଦେଲେ ଖୁବଶୀଘ୍ର ସୁସ୍ଥ ହୋଇ ସେ ଏକ ନୂଆ ଶୋ ଜରିଆରେ ଫେରିବେ । କପିଲ୍ କହିଛନ୍ତି ସେ ଏତେ ଦିନ ହେବ ଟ୍ରାଭେଲ୍ କରୁଥିଲେ । ଆଉ ନିଜ ଲାଇଫ୍ ଷ୍ଟାଇଲ୍ ଚେଂଜ୍ କରି ସେ କମବ୍ୟାକ୍ କରିବେ । କପିଲ୍ ଶର୍ମା ସୁସ୍ଥ ହୋଇ ପୁଣି ନିଜ କମେଡି ଷ୍ଟାଇଲ୍ ଭେଟି ଦିଅନ୍ତୁ, ଏହା ହିଁ ତାଙ୍କ ଫ୍ୟାନମାନେ କରୁଛନ୍ତି ଆଶା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More