ପତ୍ନୀ ଗିନି ସହିତ ଫଟୋ ଶେୟାର କଲେ କପିଲ ଶର୍ମା, ନଜର ଆସିଲା ରୟାଲ ଲୁକ ।
ରବିବାରକୁ ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କର ୱେଡିଂ ରିସେପସନ ଥିଲା । ଏଥିରେ ବଲିଉଡର ସମସ୍ତ ତାରକାଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଏବଂ ବିଜନେସ ମ୍ୟାନଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ପ୍ରସିଦ୍ଧ ବ୍ୟକ୍ତି ମାନେ ପହଂଚିଥିଲେ । କମେଡିଆନ କପିଲ ଶର୍ମା ମଧ୍ୟ ପତ୍ନୀ ଗିନି ଚତରଥଙ୍କ ସହିତ ପହଂଚିଥିଲେ । ଏହି ପାର୍ଟିର ଏକ ଫଟୋ କପିଲ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଦୁଇ ଜଣ ରୟାଲ ଲୁକରେ ନଜର ଆସିଛନ୍ତି । କହିରଖୁଛୁଯେ ୧୨ ଡିସେମ୍ବର ୨୦୧୮ରେ କପିଲ ଗର୍ଲଫ୍ରେଣ୍ଡ ଗିନିଙ୍କୁ ବିବାହ କରିଥିଲେ ।
ନିକଟରେ କପିଲ ଶର୍ମା ଏପିସୋଡରେ ମିକା ସିଂ, ଦଲେର, ହଂସରାଜ ଏବଂ ଜସବୀର ଜସ୍ସୀ ପହଂଚିଥିଲେ । ସେଠାରେ ଗିନି ମଧ୍ୟ ଉପସ୍ଥିତ ଥିଲେ । ସବୁଠାରୁ ଖାସ କଥା ହେଉଛି କପିଲ ଗିନିଙ୍କ ପାଇଁ ଏକ ରୋମାଂଟିକ ଗୀତ ଗାଇଥିଲେ ।