Only for Entertainment

ବିବାହ ନିମନ୍ତ୍ରଣ ପତ୍ର କାର୍ଡ ସେୟର କରି ଫ୍ୟାନଙ୍କଠୁ ଆର୍ଶୀବାଦ ମାଗିଲେ କପିଲ ଶର୍ମା ।

DNA India
35

କିଛି ଦିନ ଧରି ବିବାଦରେ ରହିବା ପରେ ଏବେ ଖୁସି ଖବର ନେଇ ଆସିଛନ୍ତି କମେଡି କିଙ୍ଗ କପିଲ ଶର୍ମା । ଆଉ ବାସ କିଛି ଦିନ ମଧ୍ୟରେ କପିଲ ନିଜ ଲଙ୍ଗ ଟାଇମ ଫ୍ରେଣ୍ଡ ଗୀନୀଙ୍କ ସହ ବାହା ହେବାକୁ ଯାଉଛନ୍ତି । ମ୍ୟାରେଜ ଡେଟ ସହ ଭେନ୍ୟୁ ମଧ୍ୟ ସ୍ଥିର ହୋଇଛି ।ଏବେ କପିଲ ବାହାଘର ନିମନ୍ତ୍ରଣକାର୍ଡ ନିଜ ଟୁଇଟର ପେଜରେ ସେୟାର କରିକ ଫ୍ୟାନଙ୍କଠୁ ଆର୍ଶୀବାଦ ମାଗିଛନ୍ତି ।


ଅନ୍ୟପଟେ ଫ୍ୟାନମାନେ ମଧ୍ୟ ନିଜ ପ୍ରିୟ କମେଡି କଳାକରଙ୍କ ବାହାଘର ନିମନ୍ତ୍ରଣ ପତ୍ର ଦେଖିବା ପରେ ରି ଟୁଇଟ କରି ଶୁଭେଚ୍ଛା ଜଣାଇବା ସହ ଖୁସି ପ୍ରକାଶ କରିଛନ୍ତି । ଡିସେମ୍ବର ୧୨ରେ ନିଜ ଲଙ୍ଗ ଟାଇମ ଗର୍ଲଫ୍ରେଣ୍ଡ ଗୀନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବେଶ କିଛି ଦିନ ଧରି କପିଲଙ୍କ ବାହାଘରକୁ ନେଇ ଅନେକ ଖବର ସାମ୍ନାକୁ ଆସୁଥିବାବେଳେ ଏବେ ନିଜ ଫ୍ୟାନଙ୍କୁ ଅନୁମାନ ଉପରେ ସେ ମୋହର ଲଗାଇଛନ୍ତି । ଖୁବ ଶିଘ୍ର ନିଜ ଲଙ୍ଗ ଟାଇମ ଗର୍ଲଫ୍ରେଣ୍ଡ ଗୀନୀଙ୍କ ହାତ ସବୁଦିନ ପାଇଁ ଧରିବାକୁ ଯାଉଛନ୍ତି କମେଡି କିଙ୍ଗ ।

ବାହାଘର ଦିନ, ସ୍ଥାନ ଓ ଅନ୍ୟାନ୍ୟ ଖବର ସମ୍ବନ୍ଧରେ ସେ ପ୍ରକାଶ କରିବା ସହ କପିଲ କହିଛନ୍ତି ପର୍ସନାଲ ଲାଇଫରେ ସେ ବହୁତ ବଡ ଓ ଭଲ ନିଷ୍ପତି ନେଇଛନ୍ତି । ଗୀନିଙ୍କ ହୋମଟାଉନ ଜଳନ୍ଧରରେ ଆୟୋଜିତ ହେବ ବାହାଘର । ଯେଉଁଥିରେ କିଛି ହାତଗଣତି ଅତିଥି ସର୍ମ୍ପକୀୟ ସାମିଲ ହେବେ । ଜଳନ୍ଧରରେ ମ୍ୟାରେଜ ଫଙ୍କସନ ଶେଷ ହେବା ପରେ ଅମୃତସରରେ ଆଉ ଏକ ମ୍ୟାରେଜ ପାର୍ଟିର ଆୟୋଜନ କରାଯାଇଛି । ପରେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ ପାର୍ଟି ରଖିଛନ୍ତି କପିଲ । ତେବେ କମେଡି କିଙ୍ଗଙ୍କ ପର୍ସନାଲ ଲାଇଫ ଏହା ନିଶ୍ଚିତ ଭାବେ ଶୁଭସଂଙ୍କେତ ହେବାକୁ ଯାଉଛି । ବେଶ କିଛି ଦିନ ଧରି ବାଦ ବିବାଦରେ ରହିବା ସହ କପିଲଙ୍କ ଆକ୍ଟି କ୍ୟାରିୟର ଏକପ୍ରକାରର ଧିମା ପଡିଯାଇଛି ।ଯାହା ପାଇଁ ସେ ଗ୍ଲାମରଲେନରୁ ପ୍ରାୟତ ଦୂରେଇଯାଇଛନ୍ତି । ବର୍ତମାନ କପିଲଙ୍କୁ ଖୁବ ଶୀଘ୍ର ଟିଙି ପରଦାରେ ଦେଖିବାକୁ ପାଇବେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More