Only for Entertainment

ଚିଙ୍କି ମିଙ୍କିଙ୍କୁ ଦେଖି ଦ୍ୱନ୍ଦରେ ପଡ଼ିଗଲେ କପିଲ ଶର୍ମା, କିଏ ଏମାନେ?

aajtak
27

ଦ କପିଲ ଶର୍ମା’ ଶୋ’ର ପ୍ରତ୍ୟେକ ଚରିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି । ସେ ଚନ୍ଦନ ପ୍ରଭାକରଙ୍କ ଦ୍ୱାରା କରାଯାଉଥିବା ଚନ୍ଦୁ ଚରିତ୍ରରେ ଚା ବାଲା ହେଉ ବା କୃଷ୍ଣା ଅଭିଷେକଙ୍କ ସପ୍ନା । ଏହି ମଧ୍ୟରେ କମେଡ଼ି ଶୋ’ରେ ଦୁଇ ନୂଆ ଚରିତ୍ରଙ୍କ ପ୍ରବେଶ ହୋଇଛି । ଯେଉଁମାନେ କପିଲ ଶର୍ମାଙ୍କୁ ମଧ୍ୟ ଦ୍ୱନ୍ଦରେ ପକାଇ ଦେଇଛନ୍ତି । ସେହି ଦୁଇଜଣଙ୍କ ନାମ ହେଉଛି ଚିଙ୍କି ଏବଂ ମିଙ୍କି ।

 

ଗତ ଶନିବାର ଏବଂ ରବିବାରକୁ ଦୁଇଜଣଙ୍କୁ ଶୋ’ରେ ଦେଖିବାକୁ ମିଳିଛି । କମ ସମୟ ହେଲେ ମଧ୍ୟ ଚିଙ୍କି ଏବଂ ମିକି ଦର୍ଶକଙ୍କ ମନ କିଣି ନେଇଛନ୍ତି । ପ୍ରଥମ ଦିନରେ ଶୋ’ର ଜଜ ଦୁଇଜଣଙ୍କୁ ଷ୍ଟାଣ୍ଡିଂ ଓବେସନ ଦେଲେ । ତେବେ ଦୁଇଜଣ ଶୋ’କୁ ଆସିବା ମାତ୍ରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ଏମାନେ ।

 

ସେମାନଙ୍କର ପ୍ରକୃତ ନାମ ହେଉଛି ସୁରଭି ଏବଂ ସମୃଦ୍ଧି । ଏହି ଦୁଇଜଣ ଟିକଟକର ପ୍ରସିଦ୍ଧ ଷ୍ଟାର । ଦୁଇଜଣ ଦିଲ୍ଲୀର ଏବଂ ସୋସିଆଲ ମିଡିଆରେ ନିଜ ଫ୍ୟାଶନେବଲ ଅନ୍ଦାଜ ପାଇଁ ଖୁବ ଚର୍ଚ୍ଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More