Only for Entertainment

ଦ କପିଲ ଶର୍ମା ଶୋ’ର ୫୦ଟି ଏପିସୋଡ ପୂରା, କମେଡିଆନ ମାନେ ଏଭଳି କଲେ ଟିମ ସହ ସେଲିବ୍ରେଟ !

41

କମେଡିଆନ କପିଲ ଶର୍ମା ‘ଦ କପିଲ ଶର୍ମା ଶୋ’ର ଦ୍ୱିତୀୟ ସିଜନ ସହ ଜବରଦସ୍ତ ରୂପେ ଫେରିଛନ୍ତି । ପୁଣିଥରେ କପିଲ ନିଜ କମେଡିରେ ଲୋକଙ୍କୁ ଖୁବ ହସାଇବାରେ ସକ୍ଷମ ହୋଇପାରିଛନ୍ତି । ଆସୁ ଆସୁ କପିଲଙ୍କ ଶୋ’ ଟିଆରପିରେ ଥିଲା । ଶୋ’କୁ ଟପରେ ରଖିବା ପାଇଁ କପିଲ ଭିନ୍ନ ଭିନ୍ନ ଅନ୍ଦାଜର ସହଯୋଗ ନେଇଛନ୍ତି । କପିଲ କେବେ କେବେ ଶୋ’ରେ ରାଜେଶ ଅରୋଡା ହୋଇ ଦର୍ଶକଙ୍କୁ ଖୁବ ହସାଇଛନ୍ତି ।

ସେହିଭଳି ଏହି ଶୋ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର । ଅସଲରେ ଶୋ ଏହି ସିଜନର ୫୦ଟି ଏପିସୋଡ ପୂରା କରିଛନ୍ତି । ଏହି ଖୁସିରେ ଶୋ’ରେ କାଷ୍ଟ ସେଲିବ୍ରେଟ କରିଛନ୍ତି । ଏହି ମଉକାରେ ପୂରା ଟିମ ଖୁବ ଉତ୍ସାହିତ ଥିବା ବେଳେ କେକ କାଟି ଖୁସି ସେଲିବ୍ରେଟ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସଲମାନ ଏହି ସିଜନକୁ ପ୍ରଡକ୍ସନ କରୁଛନ୍ତି । ପୂର୍ବ ସିଜନ ଭଳି ଏହି ସିଜନ ମଧ୍ୟ ଦର୍ଶକଙ୍କ ମନକୁ ଜିତିବାରେ ଲାଗି ପଡିଛି । ସୁନୀଲ ଗ୍ରୋବରଙ୍କ ଅନୁପସ୍ଥିତି ଅନୁଭବ ହେଲେ ବି ଶୋ’ର ଟିଆରପି ଜବରଦସ୍ତ ରହିଛି । ଏହି ଶୋ’ର ଚାରଚାନ୍ଦ ଲଗାଉଛନ୍ତି ଭାରତୀ ଏବଂ କୃଷ୍ଣା ଅଭିଶେକ । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More