Only for Entertainment

ନିଜ ଅଭ୍ୟାସରୁ ବାଦ ପଡିଲେନି କପିଲ, ପତ୍ନୀଙ୍କୁ ଦେଖାଇଲେ ‘ବାବା ଜୀ କା ଠୁଲ୍ଲୁ’ ! ଦେଖନ୍ତୁ ଫଟୋ

zee news
25

କପିଲ ଶର୍ମାଙ୍କ କମେଡି କରିବାର ଅନ୍ଦାଜ ଖୁବ ନିଆରା ସେଥିପାଇଁ ତ ତାଙ୍କ ଫ୍ୟାନ୍ସ କପିଲଙ୍କ ଶୋ’କୁ ଅପେକ୍ଷା କରି ରହିଛନ୍ତି । କପିଲ ଶର୍ମାଙ୍କ ନାମ ସାମ୍ନାକୁ ଆସିବା ମାତ୍ରେ ପ୍ରଥମେ ତାଙ୍କ ସିଗନେଚର ଅନ୍ଦାଜ ‘ବାବା ଜୀ କା ଠୁଲ୍ଲୁ’ କଥା ମନେ ପଡିଯାଏ । ତେବେ କପିଲଙ୍କ ଏହି ଅନ୍ଦାଜ ତାଙ୍କ ବିବାହରେ ମଧ୍ୟ ଦେଖିବାକୁ ମିଳିଛି । କପିଲ ଏବଂ ଗିନୀଙ୍କ ବିବାହର କିଛି ନୂଆ ଫଟୋ ଏବେ ସାମ୍ନାକୁ ଆସିଛି ଯେଉଁଥିରେ କପିଲ ପତ୍ନୀ ଗିନୀଙ୍କୁ ‘ବାବା ଜୀ କା ଠୁଲ୍ଲୁ’ ଦେଖାଉଥିବାର ନଜର ଆସିଛନ୍ତି । ଏହି ଫଟୋ କପିଲଙ୍କ ହିନ୍ଦୁ ରୀତିନୀତିରେ ହୋଇଥିବା ବିବାହ ସମୟରେ ଉଠାଯାଇଥିଲା ।

thullu1

କହିରଖୁଛୁ ଯେ, କପିଲ ଶର୍ମା ଏବଂ ଗିନୀ ଚତରଥ ୧୨ ଡିସେମ୍ବରରେ ହିନ୍ଦୁ ରୀତିନୀତିରେ ଏବଂ ୧୩ ଡିସେମ୍ବରରେ ଆନନ୍ଦ କାରଜରେ ବିବାହ କରିଥିଲେ । ଜଲନ୍ଦରରେ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସବୁଠାରୁ ବଡ କଥା ହେଉଛି କପିଲଙ୍କ ଦ୍ୱିତୀୟ ବିବାହର ଲାଇଭ ତାଙ୍କ ଫ୍ୟାନ୍ସ କେ ନାଇନର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଖିଥିଲେ ।

kapil

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More