Only for Entertainment

କପିଲ ଶର୍ମା: ପୁଣିଥରେ ଇଂରେଜମାନେ ଆମକୁ ଲୁଟିନେଲେ

aajtak
64

କପିଲ ଶର୍ମା ଶୋ’ର ଆସନ୍ତା ଏପିସୋଡରେ ଫିଲ୍ମ ଜବରିୟାଁ ଯୋଡ଼ିର ଷ୍ଟାରକାଷ୍ଟ ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣୀତି ଚୋପ୍ରା ନଜର ଆସିବେ । ଶୋ’ର ଲାଟେଷ୍ଟ ପ୍ରମୋ ରିଲିଜ ହୋଇ ସାରିଛି । ଶୋ’ରେ କପିଲ ଶର୍ମା ପରିଣୀତିଙ୍କ ସହିତ ମଜାକ କରୁଥିବାର ନଜର ଆସିଛନ୍ତି । କପିଲ ନିଜର ଏକ ଇଛା ପ୍ରକାଶ କରି କହିଛନ୍ତିଯେ ସେ ନିକ ଜୋନସଙ୍କୁ ଦେଖା କରି ଏକ ଖାସ କଥା କହିବାକୁ ଚାହାଁନ୍ତି ।

ସୋନି ଟିଭିର ଅଫିସିଆଲ ଇଂଷ୍ଟାଗ୍ରାମ ପେଜ୍ ରେ ଲାଟେଷ୍ଟ ପ୍ରମୋ ଶେୟାର କରାଯାଇଛି । କପିଲ ପରିଣୀତିଙ୍କୁ କହୁଛନ୍ତି, ଆପଣ ଏକ ଫିଲ୍ମ କରିଥିଲେ ‘ହଂସି ତୋ ଫସି’ । ଆପଣ ଏତେ ହସୁଛନ୍ତି କିନ୍ତୁ ମୋ ସହିତ କାହିଁକି ଫସିଲେ ନାହିଁ । ଯଦି ଏହିଭଳି ହୋଇଥାନ୍ତା ତେବେ ନିକ ଜୋନସ ମୋ ସଢୁ ହୋଇଥାନ୍ତେ । ଏହା ଶୁଣି ସିଦ୍ଧାର୍ଥ କହୁଛନ୍ତି ପରିଣୀତି ତୁମେ କପିଲଙ୍କୁ ନିକଙ୍କ ସହିତ ଦେଖା କରିଦିଅ । ଏହାପରେ ପରିଣୀତି କପିଲଙ୍କୁ କହୁଛନ୍ତି ତୁମେ ନିକଙ୍କୁ ଦେଖାକଲେ କ’ଣ କହିବ? କପିଲ କହୁଛନ୍ତି, ମୁଁ କହିବି ଗୁଡ ଚଏସ, ପୁଣିଥରେ ଇଂରେଜମାନେ ଆମକୁ ଲୁଟିନେଲେ । ଯାହାପରେ ହସି ହସି ପରିଣୀତି ଏବଂ ସିଦ୍ଧାର୍ଥ ବେଦମ ହୋଇ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More