Only for Entertainment

ଛୋଟ ପରଦାକୁ ଫେରିବା ପୂର୍ବରୁ କପିଲ କଲେ ମା’ଙ୍କୁ ଦର୍ଶନ ।

aajtak
32

କମେଡି ଆକ୍ଟର କପିଲ ଶର୍ମା ଖୁବ ଶୀଘ୍ର ଛୋଟ ପରଦାକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ନିକଟରେ କପିଲ ହିମାଚଳ ପ୍ରଦେଶର ବଙ୍ଗଳାମୁଖୀ ଦରବାରକୁ ଦର୍ଶନ ପାଇଁ ପହଂଚିଥିଲେ । ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଖବର ଅନୁସାରେ ସେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଯାଇଥିଲେ । ତାଙ୍କ ଆସିବା ମାତ୍ରେ ମନ୍ଦିରରେ ଭିଡ଼ ଜମି ଯାଇଥିଲା । ତାହାପରେ ସେ ଚିନ୍ତପୂର୍ଣ୍ଣି ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ଏହାପରେ ସେ ଅମୃତସର ଚାଲିଗଲେ । ମନ୍ଦିରର ପଣ୍ଡିତଙ୍କ ସହିତ କପିଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କପିଲ ଖୁବ ଶୀଘ୍ର ପରଦାକୁ ଫେରିବେ ।ଏହା ବ୍ୟତୀତ ସେ ପଂଜାବୀ ଫିଲ୍ମ ସନ ଅଫ ମନଜିତ ସିଂକୁ ପ୍ରଡ୍ୟୁସ କରିଛନ୍ତି,ଏବଂ କୋ ପ୍ରଡ୍ୟୁସର ଅଛନ୍ତି ସୁମିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More