Only for Entertainment

ସ୍ୱାମୀ କପିଲ ଶର୍ମାଙ୍କ ଶୋ’ରେ ପହଂଚିଲେ ଗିନ୍ନୀ ଚତରଥ !

30

ଟିଭିର ସବୁଠାରୁ ପପୁଲାର କମେଡି ଶୋ’ ‘ଦ କପିଲ ଶର୍ମା’ଶୋର ସେଟରେ ନିକଟରେ କପିଲ ଶର୍ମାଙ୍କ ପତ୍ନୀ ଗିନି ଚତରଥ ପହଂଚିଥିଲେ । କପିଲଙ୍କ ମା’ ମଧ୍ୟ ଅନେକ ସମୟରେ ତାଙ୍କ ଶୋ’ରେ ଅଡିୟନ୍ସଙ୍କ ମଧ୍ୟରେ ବସିଥିବାର ନଜର ଆସନ୍ତି । ଏବେ ଶୋ’ରେ ବିବାହ ପରେ କପିଲଙ୍କ ପତ୍ନୀ ନଜର ଆସିଛନ୍ତି ।

କପିଲ ଶର୍ମାଙ୍କ ଶୋ’ଉପରେ ଯେତେବେଳେ ଗିନ୍ନୀ ଚତରଥ ପହଂଚିଥିଲେ ସେ ଦିନର ଗେଷ୍ଟ ନୀତି ମୋହନ, ଶକ୍ତି ମୋହନ ଏବଂ ମୁକ୍ତି ମୋହନ ଆସିଥିଲେ । ଗିନ୍ନୀ ଶୋ’ରେ ଗେଷ୍ଟଙ୍କ ସହ ଫଟୋ ଉଠାଇଥିଲେ । ଏବେ ଏହି ଶୋ’ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ଗତ ଡିସେମ୍ବର ୧୧ରେ କପିଲ ଏବଂ ଗିନ୍ନୀ ଅମୃତସରରେ ବିବାହ କରିଥିଲେ । ଏହାପରେ ୨ଫେବୃୟାରୀରେ ନୂଆ ଦିଲ୍ଲୀରେ ଦୁହେଁ ନିଜର ୩ୟ ରିସେପସନ ଦେଇଥିଲେ । କପିଲ ନିଜ ଶୋ’ରେ ବ୍ୟସ୍ତ ଥିବା କାରଣରୁ ପତ୍ନୀଙ୍କ ସହ ହନିମୁନ ଯାଇ ପାରି ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More