Only for Entertainment

ବିଗ ବିଙ୍କ ସହ ‘କେବିସି୧୦’ଫାଇନାଲ ଶୋ’ରେ ନଜର ଆସିବେ କମେଡି କିଙ୍ଗ କପିଲ ଶର୍ମା !

navbharattimes
24

ଅନେକ ଦିନ ହେଲାଣି ଫ୍ୟାନ୍ସ ମାନେ କପିଲଙ୍କ କମେଡି ଶୋ’କୁ ମିସ କରୁଛନ୍ତି । ନିଜ କମେଡି ଶୋ’କୁ ନେଇ ପୁଣି ଥରେ ଟିଭି ପରଦାକୁ ଫେରୁଥିବା କପିଲ ଶର୍ମା ଏବେ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ । ମିଳିତ ଖବର ମୁତାବକ ବିଗବି ଙ୍କ ଶୋ ‘କେବିସି କøନ ବନେଗା କରୋଡପତି୧୦’ର ଫାଇନାଲ ଏପିସୋଡରେ କମେଡି କିଙ୍ଗ କପିଲ ସ୍ପେଶାଲ ଗେଷ୍ଟ ଭାବେ ନଜର ଆସିବେ ।

ଶୋ’ ସହ ଜଡିତ ବିଶେଷ ସୂତ୍ରରୁ ପ୍ରକାଶ ଯେ କପିଲ ଏବଂ ବିଗବିଙ୍କ ଏହି ଅଧ୍ୟାୟ ସୁଟିଂ ଶେଷ ହୋଇସାରିଲାଣି । ଏଠାରେ ଆମେ କହି ରଖୁଛୁ ଯେ ‘କେବିସି୧୦’ର ଫାଇନାଲ ଏପିସୋଡ ୨୩ନଭେମ୍ବରରେ ପ୍ରସାରିତ ହେବ । ଏଥର ଶୋ’ର ଶେଷ ଅଧ୍ୟାୟରେ କପିଲ ଶର୍ମା ହଟ ସିଟରେ ବସିଥିବାର ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ କପିଲ ଶର୍ମା ନିଜ ଶୋ’କୁ ପୁଣିଥରେ ଫେରୁଛନ୍ତି । ଏହାସହ ଡିସେମ୍ବରରେ ସେ ନିଜ ଗର୍ଲଫ୍ରେଣ୍ଡଙ୍କୁ ଡିସେମ୍ବର୧୨ରେ ବିବାହ କରିବାକୁ ଯାଉଛନ୍ତି । ଏବେ କପିଲ ଶର୍ମାଙ୍କ ଶୋ’କୁ ବଲିଉଡ ସୁପରଷ୍ଟାର ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ଏହି ଶୋ’ ଡିସେମ୍ବର ୧୬ରେ ପ୍ରସାରିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More