Only for Entertainment

ଟିଆରପିରେ ଏହି ସ୍ଥାନରେ ରହିଲା କପିଲଙ୍କ ଶୋ ।

27

କପିଲ୍ ଶର୍ମାଙ୍କ ଲୋକପ୍ରିୟ କମେଡ଼ି ଶୋ’ ଟିଆରପି ତାଲିକାର ପ୍ରଥମ ସ୍ଥାନ ହାସଲ କରିବାର ସୌଭାଗ୍ୟ ଲାଭ କରିଛି । ବ୍ରଡକାଷ୍ଟ୍ ରିସର୍ଚ ଅଡ଼ିଆନ୍ସ କାଉନସିଲ୍( ବିଏଆରସି) ପକ୍ଷରୁ ଜାରି କରାଯାଇଥିବା ୧୬ ସପ୍ତାହ ମଧ୍ୟରେ ପପୁଲାର୍ ଶୋ’ ତାଲିକାରେ କପିଲଙ୍କ ଶୋ’ ପ୍ରଥମ ସ୍ଥାନ ଅଧିକାର କରିଛି । ଗତ ସପ୍ତାହରେ ୫୭୪୨ ଇମ୍ପ୍ରେସନ୍ ସହିତ ଏହି ଶୋ’ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଏବେ ୫୯୪୦ ଇମ୍ପ୍ରେସନ୍ ସହ ଏହା ପ୍ରଥମ ସ୍ଥାନରେ ରହିଛି । ଏହି ଶୋ’ରେ ‘କଳଙ୍କ’ର ପ୍ରମୋସନ୍ ଯୋଗୁଁ ଏହି ସଫଳତା ମିଳିଛି ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି ।

 

ଦ୍ୱିତୀୟ ସ୍ଥାନ ଅଧିକାର କରିଛି ‘କୁମକୁମ୍ ଭାଗ୍ୟ’ ଏବଂ ତୃତୀୟ ସ୍ଥାନରେ ରହିଛି ‘ସୁପର୍ ଡ୍ୟାନ୍ସର୍ ଚାପ୍ଟର୍ ୩’ । ଚତୁର୍ଥ ସ୍ଥାନରେ ଅଛି ‘କୁଲଫି କୁମାର ବାଜେୱାଲା’ । ‘ୟେ ରିସ୍ତା କ୍ୟା କେହେଲାତା ହେ’ ୫ମ ସ୍ଥାନରେ ଅଛି । ଏକତା କପୁରଙ୍କ ଶୋ’ ନାଗିନ୍୩’କୁ ସବୁଠାରୁ ବଡ଼ ଝଟକା ଲାଗିଛି । ଏହି ଲୋକପ୍ରିୟ ଶୋ’ ତାଲିକାର ୫ମ ସ୍ଥାନ ମଧ୍ୟରେ ରହିପାରିନାହିଁ । କପିଲ୍ଙ୍କ ଶୋ’ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କର ଅଗଣିତ ପ୍ରଶଂସକ ଶୁଭକାମନା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More