Only for Entertainment

ପ୍ରଥମ ଥର କାମ କରିବେ ଅମୀର ଏବଂ କରଣ,ଏହି ବାୟୋପିକରେ କାମ କରିବେ ।

India TV
0 41

ଅମୀର ଏବଂ କରଣ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଏକା ସାଙ୍ଗରେ କାମ କରିନାହାଁନ୍ତି । କିନ୍ତୁ ଓଶୋଙ୍କ ବାୟୋପିକରେ ଦୁଇ ଜଣ ଏକା ସାଙ୍ଗରେ ନଜର ଆସିପାରନ୍ତି । ଖବର ଅନୁସାରେ ଏହି ବାୟୋପିକ ପାଇଁ ଅକୀର ସାଇନ କରି ସାରିଛନ୍ତି । ଅମୀର ଏହା ପୂର୍ବରୁ ଗୀତା ଫୋଗଟଙ୍କ ବାୟୋପିକରେ ଅଭିନୟ କରି ସାରିଛନ୍ତି ।

ପିଙ୍ଗଭିଲାର ଖବର ଅନୁସାରେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏବଂ ଅମୀର ଖାନଙ୍କ ପ୍ରଡକ୍ସନ ହାଉସ ମିଶି ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ । ଫିଲ୍ମକୁ ଶକୁନ ବତ୍ରା ଡାଇରେକ୍ଟ କରିବେ । ସେ ଏହା ପୂର୍ବରୁ କପୁର ଆଣ୍ଡ ସନ୍ସକୁ ଡାଇରେକ୍ଟ କରି ସାରିଛନ୍ତି ।

ସ୍କ୍ରିପ୍ଟକୁ ନେଇ ଅମୀର ଖୁବ ଖୁସିଥିବା ସୂଚନା ମିଳିଛି । ଠଗ୍ସ ଅଫ ହିନ୍ଦୋସ୍ତାନର ପ୍ରମୋଶନ କାରଣରୁ ଅମୀରଙ୍କ ବଦଳିଥିବା ଲୁକ ନଜର ଆସିପାରେ । ତେବେ ଫିଲ୍ମର ଅଫିସିଆଲ ଆନାଉଂସମେଂଟ ହୋଇନାହିଁ । ଠଗ୍ସ ଅଫ ହିନ୍ଦୋସ୍ତାନ ରିଲିଜ ପରେ ଏହା ଘୋଷଣା କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More