Only for Entertainment

‘ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆଣ୍ଡ ଆୱାର୍ଡସ ମକାଉ’ର ବ୍ରାଣ୍ଡ ଆମ୍ବାସାଡର ହେଲେ କରଣ ଜୋହର

latestly
48

ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆଣ୍ଡ ଆୱାର୍ଡସ ମକାଉ’ର ଚତୁର୍ଥ ସଂସ୍କରଣର ୫ ଡିସେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ମକାଉରେ ଆୟୋଜନ ହେବ । ଚଳିତ ବର୍ଷ ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ଚୀନ ଫିଲ ନିର୍ମାତା ୱାଙ୍ଗ ଶିୟାଓଶୁଇ ଏବଂ ଦକ୍ଷିଣ କୋରିଆଇ ନିର୍ଦ୍ଦେଶକ କିମ ୟୋଙ୍ଗ ହାଙ୍କ ସହିତ ଉତ୍ସବର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି କରାଯାଇଛି । ଆଇଏଫଏଫଏଏମର ଆୟୋଜନ ସମିତି ଦ୍ୱାରା ଏହାର ଖୁଲାସା କରାଯାଇଛି ।

ଫିଲ୍ମ ମହୋତ୍ସବର ଶୁଭାରମ୍ଭ ତାଇକା ୱାଇଟିଟିର ନୂଆ କମେଡି ଫିଲ୍ମ ‘ଜୋଜୋ ର୍ୟାବିଟ’ ସହିତ ହେବ । ଆଇଏଫଏଫଏଏମର ଏହି ସଂସ୍କରଣରେ ହାଙ୍ଗକଙ୍ଗ ଫିଲ୍ମ ନିର୍ମାତା ପୀଟର ଚୈନ ପ୍ରତିଯୋଗୀତାର ଅଧ୍ୟକ୍ଷ ରହିବେ । ମହୋତ୍ସବର ୨୦୧୯ ସଂସ୍କରଣ ପାଇଁ ଦକ୍ଷିଣ କୋରିଆନ ବୟ ବ୍ୟାଣ୍ଡର ସଦସ୍ୟ ପପ ଷ୍ଟାର ସୁହୋ ଏବଂ ଜଣା ଶୁଣା ଚୀନ ଅଭିନେତ୍ରୀ କ୍ୟାରିନା ଲାଓଙ୍କୁ ଟ୍ୟାଲେଣ୍ଟ ଆମ୍ବାସାଡର ଭାବେ ନାମିତ କରାଯାଇଛି ।

ଚଳିତ ବର୍ଷ ଆଇଏଫଏଫଏଏମରେ ‘ଶର୍ଟସ’ ନାମକ କମ୍ପିଟିସନକୁ ନୂଆ ଶ୍ରେଣୀରେ ରଖାଯାଇଛି । ଏହି ମହୋତ୍ସବକୁ ଏଶିଆଇ ଫିଲ୍ମ ଜଗତର ଅସାଧାରଣ ଯୋଗଦାନଙ୍କୁ ମାନ୍ୟତା ପ୍ରଦାନ ଏବଂ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଦୃଷ୍ଟିରେ ଆରମ୍ଭ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More