Only for Entertainment

କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିପାରନ୍ତି ଶାହରୁଖଙ୍କ ଝିଅ ସୁହାନା ।

Idein News
0 35

ନିକଟରେ ଏକ ମାଗାଜିନ ପାଇଁ ଫଟୋସୁଟ କରି କିଙ୍କ ଖାନ ଶାହାରୁଖଙ୍କ ଝିଅ ସୁହାନା ଏବେ ଚର୍ଚ୍ଚାରେ । ସୁହାନା ଧିରେ ଧିରେ ଗ୍ଲାମରସ ଦୁନିଆରେ ପାଦ ରଖୁଛନ୍ତି । ନିକଟରେ ହୋଇଥିବା ଏହି ଫଟୋସୁନରେ ମଧ୍ୟ ସୁହାନାଙ୍କ ଗ୍ଲାମରସ ଲୁକ ଦେଖିବାକୁ ମିଳିଥିଲା । ଏବେ ସୋମିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫଟୋ ଭାଇରାଲ ହୋଇଥାଏ । ଏବେ ସୁହାନାଙ୍କୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଛି ।

suhana

ଖବର ଅନୁସାରେ ଶାହରୁଖଙ୍କ ଝିଅ ସୁହାନାଙ୍କୁ ବଲିଉଡର ଅନେକ ନିର୍ଦ୍ଦେଶକ ତାଙ୍କ ଫିଲ୍ମରେ ଲଂଚ କରିବାକୁ ଚାହୁଁଛନ୍ତି । ଏହି ନିର୍ଦ୍ଦେଶକଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର । ଶୁଣିବାକୁ ମିଳୁଛି ଯେ ସୁହାନା କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବେ । ଯେହେତୁ କରଣ ଏବଂ ଶାହରୁଖ ଭଲ ବନ୍ଧୁ ତେଣୁ ଶାହାରୁଖଙ୍କର କରଣ ଜୋହରଙ୍କ ଉପରେ ଢେର ବିଶ୍ୱାସ ରହିଛି ।

suhana khan

ଅନ୍ୟ ପକ୍ଷରେ ସୁହାନାଙ୍କ ମା ଗୌରୀ ଖାନ କରଣ ଜୋହରଙ୍କ ବ୍ୟତିତ ଅନ୍ୟ ନିର୍ଦ୍ଦେଶକଙ୍କ କଥା ବିଚାରକୁ ନେଉଛନ୍ତି । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ସଂଜୟ ଲିଲା ଭଂସାଲୀ ଏବଂ ସୁଜାୟ ଘୋଷ ନିଜ ଫିଲ୍ମରେ ସୁହାନାଙ୍କୁ ଲଂଚ କରିବାକୁ ଚାହୁଁଛନ୍ତି । ତେବେ ସଂୟ କହିବ ସୁହାନା କେଉଁ ନିର୍ଦ୍ଦେଶକଙ୍କ ଫିଲ୍ମରେ ଡେବ୍ୟୁ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More