Only for Entertainment

କରଣ ଜୋହରଙ୍କ ସହ ନେଟଫ୍ଲିକ୍ସ କଲା ପାର୍ଟନରସିପ, ଏବେ ପ୍ରସ୍ତୁତ କରିବେ ଏହି ସିରିଜ !

33

ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା କରଣ ଜୋହର ପ୍ରଥମଥର ‘ନେଟଫ୍ଲିକ୍ସ’ ସହ ୨୦୧୮ରେ ଫିଲ୍ମ ‘ଲଷ୍ଟ ଷ୍ଟୋରିଜ’ପାଇଁ କାମ କରିଥିଲେ । କରଣ ‘ନେଟଫ୍ଲିକ୍ସ’ ପାଇଁ ‘ଘୋଷ୍ଟ ଷ୍ଟୋରିଜ’ରେ ନିର୍ଦ୍ଦେଶନା ଭାର ତୁଲାଇବେ । ସେହିଭଳି ‘ଗିଲ୍ଟି’ର ନିର୍ମାଣ କରିଛନ୍ତି ।

ଜୋହର କହିଛନ୍ତି ସେ ଏକା ସହ ଆସି ଏହି ବିଷୟ ଉପରେ କାମ କରିବା ପାଇଁ ନିଷ୍ପତି ନେବେ , ଯାହା ନା କେବଳ ତାଙ୍କୁ ବରଂ ଦର୍ଶକଙ୍କୁ ସଶକ୍ତ ବନାଇବ । ଏହା ନା କେବଳ ସେ ଭାରତ ପାଇଁ ଫିଲ୍ମ ପ୍ରସ୍ତୁତ କରିବେ ବରଂ ସେ ସାରା ଏସିଆ ଦର୍ଶକଙ୍କ ପାଇଁ ମଧ୍ୟ ଏଭଳି ପ୍ରୟାସ କରିବେ ବୋଲି ପ୍ରୟାସ କରିଛନ୍ତି ।

‘ଇଂଟରନ୍ୟାସନାଲ ଓରିଜିନାଲ’ ନେଟଫ୍ଲିକ୍ସ ଇଣ୍ଡିଆର ପ୍ରମୁଖ ମୋନିକା ଶେରଗିଲଙ୍କ ମୁତାବକ ଜୋହରଙ୍କ ସିରିଜରେ କାମ କରିବାକୁ ନେଇ ସେ ଉତ୍ସୁକତା ଜାହିର କରିଛନ୍ତି, ଯେଉଁଥିରେ କାହାଣୀକୁ ନିଆରା ଢଙ୍ଗରେ ପରିବେଶଣ କରାଯିବ ।

ଶେରଗିଲ କହିଛନ୍ତି ଯେ ଏହି କାହାଣୀକୁ ସବୁଠାରୁ ନିଆରା ନୂଆ ଢଙ୍ଗରେ ଦେଖିବାକୁ ମିଳିବ । କରଣଙ୍କ ଅନସ୍କ୍ରିପ୍ଟେଡ ଅବତାର ଟିଭିରେ ଦେଖିଥିବେ କିନ୍ତୁ ଅନଲାଇନ ତାଙ୍କର ଅନସ୍କ୍ରିପ୍ଟେଡ ଅନ୍ଦାଜ ଦେଖିବାକୁ ମଜାଦାର ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More