Only for Entertainment

ଥ୍ରିଲର-ହରର ଫିଲ୍ମର ‘କାଲ୍’ର ସ୍ୱିକ୍ୱେଲ ନିର୍ମାଣ କରିବେ କରଣ ଜୋହର, ନଜର ଆସିବେ କି ଅଜୟ ଦେବଗନ !

DNA India
0 24

ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର ୨୦୦୫ରେ ରିଲିଜ ହୋଇଥିଲା ଫିଲ୍ମ ‘କାଲ୍’ର ସିକ୍ୱେଲ ନିର୍ମାଣ କରିବେ । କରଣ ଜୋହରଙ୍କ ବ୍ୟାନରରେ ନିର୍ମିତ ଫିଲ୍ମ ଗୁଡିକ ମୁଖ୍ୟତଃ ପାରିବାରିକ କିମ୍ବା ରୋମାଣ୍ଟିକ ହୋଇଥାଏ । କିନ୍ତୁ କରଣ ୨୦୦୫ରେ ଥରିଲର- ହରର ଫିଲ୍ମ କାଲ ନିର୍ମାଣ କରିଥିଲେ । ଏହି ଫିଲ୍ମକୁ କରଣ ଜୋହର ଶାହରୁଖ ଖାନଙ୍କ ସହିତ ମିଶି ନିର୍ମାଣ କରିଥିଲେ ।

kaal

ଏହି ଫିଲ୍ମରେ ଅଜୟ ଦେବଗନ, ଜନ ଆବ୍ରାହମ, ବିବେକ ଓବରଏ, ଇଶା ଦେଓଲ ଏବଂ ଲାରା ଦତ୍ତା ନଜର ଆସିଥିଲେ । ଏବେ ଶୁଣିବାକୁ ମିଳୁଛି ଯେ କରଣ ଏହି ଫିଲ୍ମର ସିକ୍ୱେଲ ନିର୍ମାଣ କରିବେ । କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମ ବିଷୟରେ କୈଣସି ଘୋଷଣା ହୋଇନାହିଁ । ତେବେ ଫିଲ୍ମରେ ନୂଆ ଚେହେରା ଦେଖିବାକୁ ମିଳିବ କି ସେହି ପୁରୁଣା ଚେହେରା ତାହା ଦେଖିବାକୁ ବାକି ରହିଲା ।

କରଣଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଏବେ ତାଙ୍କର ଅନେକ ପ୍ରୋଜେକ୍ଟର କାମ ଚାଲୁଛି । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ‘କଳଙ୍କ’ ଏବଂ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଏବେ ଜୋରସୋରରେ ଚାଲିଛି । ‘କଳଙ୍କ’ରେ ବରୁଣ ଧାୱନ, ଆଲିଆ ଭଟ୍ଟ,ମାଧୁରୀ ଦୀକ୍ଷିତ, ସଂଜୟ ଦତ୍ତଙ୍କ ପରି କଳାକାର ନଜର ଆସିବେ । ସେହିପରି ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ ନଜର ଆସିବେ । ସେହିପରି କରଣ ନିଜର ଆଗାମୀ ପ୍ରୋଜେକ୍ଟ ‘ତଖ୍ତ’ର ଘୋଷଣା ମଧ୍ୟ କରି ସାରିଛନ୍ତି । ଫିଲ୍ମରେ କରୀନା କପୁର, ରଣବୀର ସିଂ, ଅନୀଲ କପୁର, ଜାହ୍ନବୀ କପୁର, ଭିକି କୌଶଲ ଏବଂ ଭୂମି ପେଡନେକର ପରି କଳାକାର ନଜର ଆସିବେ । ‘

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More