Only for Entertainment

ରିଲିଜ ହେଲା କରଣ ଜୋହରଙ୍କ ଆଗାମୀ ଫିଲ୍ମର ପୋଷ୍ଟର, ନଜର ଆସିବେ ବଲିଉଡର ଏହି ୭ ନାମୀ କଳାକାର ।

aaj tak
0 43

ଆଜିକାଲି ବଲିଉଡରେ ମଲ୍ଟିଷ୍ଟାରର ଫିଲ୍ମର ଟ୍ରେଣ୍ଡ ଚାଲିଛି । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ନିର୍ମିତ ‘କଳଙ୍କ’ ପରେ ଆଉ ଏକ ମଲ୍ଟିଷ୍ଟାରର ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ଘୋଷଣା କରଣ ଜୋହର ନିଜ ଟ୍ୱିଟରରେ ଫଟୋ ସେୟାର କରି ଜଣାଇଛନ୍ତି ।

କରଣ ଜୋହରଙ୍କ ଏହି ଆଗାମୀ ଫିଲ୍ମରେ ଅନେକ ନାମୀ ଦାମୀ କଳାକାରଙ୍କୁ ଏକା ସହିତ ଦେଖିବାକୁ ମିଳିବ । ଏହି ଫିଲ୍ମର ନାମ ରହିଛି ‘ତଖ୍ତ’ । ଏହା ଏକ ପିରିୟଡିକ ଡ୍ରାମା ଫିଲ୍ମ । ‘ତଖ୍ତ’ ରେ ନିର୍ଦ୍ଦେଶନା ଦେବେ ଖୋଦ କରଣ ଜୋହର । ଫିଲ୍ମରେ ରଣବୀର ସିଂ, କରୀନା କପୁର, ଆଲିଆ ଭଟ୍ଟ, ଭିକ୍କି କୌଶଲ, ଭୂମି ପେଡନେକର, ଜାହ୍ନବୀ କପୁର ଏବଂ ଅନିଲ କପୁର ନଜର ଆସିବେ । ଫିଲ୍ମଟି ୨୦୨୦ରେ ରିଲିଜ ହେବ । କରଣ ଜୋହର ଟ୍ୱିଟର ଆକାଉଣ୍ଟରେ ମୁଭିର ନାମ ଘୋଷଣା କରି ଲେଖିଥିଲେ ‘ମୁଁ ଫିଲ୍ମର ଲିଡ ଷ୍ଟାରଙ୍କ ନାମ ଘୋଷଣା କରିବାକୁ ନେଇ ଖୁବ ଏକ୍ସାଇଟେଡ ଫିଲ କରୁଛି ।’

ଫିଲ୍ମ ‘ତଖ୍ତ’ର ଷ୍ଟାରକାଷ୍ଟଙ୍କ ବିଷୟରେ ଜାଣିବା ପରେ ୨୦୨୦ ପର୍ଯ୍ୟନ୍ତ ଅପେକ୍ଷା କରିବା ଦର୍ଶକଙ୍କ ପାଇଁ କଷ୍ଟକର ରହିବ ନିଶ୍ଚିତ । କାରଣ ଏହି ଫିଲ୍ମ ଖୁବ ଖାସ ରହିବ । ପ୍ରଥମତଃ ଲମ୍ବା ବ୍ୟବଧାନ ପରେ କରଣ ଜୋହର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଦ୍ୱିତୀୟଟି ହେଉଛି ଫିଲ୍ମର ଷ୍ଟାରକାଷ୍ଟ । ପ୍ରଥମଥର ପାଇଁ ରଣବୀର ସିଂ ଏବଂ କରୀନାଙ୍କୁ ପରଦାରେ ଦେଖିବାକୁ ମିଳିବ । ସେହିପରି ଜାହ୍ନବୀ ମଧ୍ୟ ପ୍ରଥମ ଥର ପାଇଁ ଦାଦା ଅନିଲ କପୁରଙ୍କ ସହିତ ନଜର ଆସିବେ ।

ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ରଣବୀର ସିଂ ଲିଡ ରୋଲରେ ନଜର ଆସିବେ । କରୀନା ଫିଲ୍ମରେ ରଣବୀର ସିଂଙ୍କ ଭଉଣୀ ଭୂମିକାରେ ନଜର ଆସିବେ । ଆଲିଆଙ୍କୁ ରଣବୀରଙ୍କ ଅପୋଜିଟରେ କାଷ୍ଟ କରାଯିବ । ଏହା ସହିତ ଭିକ୍କି କୌଶଲ ଅପୋଜିଟରେ ଜାହ୍ନବୀ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ୨୦୨୦ ପୂର୍ବରୁ ଯଦି ଜାହ୍ନବୀଙ୍କ କୌଣସି ଫିଲ୍ମ ରିଲିଜ ନହୁଏ ତେବେ ଏହା ଜାହ୍ନବୀଙ୍କ ଦ୍ୱିତୀୟ ଫିଲ୍ମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More