Only for Entertainment

ସଲମାନ ଖାନଙ୍କ ରେସ-୩କୁ ନେଇ ମତ ଦେଲେ କରଣ ଜୋହର, କହିଲେ ମୁକାବିଲା କରିବା ପାଇଁ ଅସମର୍ଥ !

Khabar NDTV
0 69

ଫିଲ୍ମ ନିର୍ମାତା କରଣ ଜୋହରଙ୍କ କହିବା ମୁତାବକ ‘ଲଷ୍ଟ ଷ୍ଟୋରିଜ’ର ନିର୍ମାତାଙ୍କର ସଲମାନଙ୍କ ସହ ମୁକାବିଲା କରିବାର କୌଣସି କାରଣ ନାହିଁ । ସଲମାନଙ୍କ ଫିଲ୍ମ ‘ରେସ-୩’ମଧ୍ୟ ୧୫ଜୁନରେ ରିଲିଜ ହେବ । ନିଜର ଆଗାମୀ ଫିଲ୍ମ ‘ଲଷ୍ଟ ଷ୍ଟୋରିଜ’ର ରିଲିଜର ପ୍ରସ୍ତୁତି କରୁଥିବା କରଣ ଜୋହର ଶୁକ୍ରବାର ଫିଲ୍ମର ଟ୍ରେଲର ଲଂଚ କରିବା ସମୟରେ ଭୂମି ପେଡନେକର, ସଂଜୟ କପୁର, ଜୋୟା ଅଖତର, ଜୟଦୀପ ଅହଲାବତ, ଦିବାକର ବାନାର୍ଜୀ, ନିର୍ମାତା ରୋନୀ ସ୍କୃବାଲା ଏବଂ ଆଶୀ ଦୁଆଙ୍କ ସହ ମିଡିଆରେ କଥା ହେବା ସମୟରେ ଏହି ଟିପ୍ପଣୀ ଦେଇଥିଲେ ।

ତାଙ୍କୁ ଫିଲ୍ମକୁ ନେଇ ଟକ୍କର ଦେବା ପ୍ରଶ୍ନ ଉଠିଲା ବେଳେ କରଣ ଉତ୍ତରରେ କହିଥିଲେ ସଲମାନଙ୍କୁ ଟକ୍କର ଦେବା ଲାଗି ତାଙ୍କର କୌଣସି ଇରାଦା ନାହିଁ ଏବଂ ସଲମାନଙ୍କୁ ଟକ୍କର ଦେବା ଲାଗି ତାଙ୍କ ପାଖେ କ୍ଷମତା ନଥିବା କହିଛନ୍ତି । ସେ ‘ଲଷ୍ଟ ଷ୍ଟୋରିଜ’ବଦଳରେ ‘ରେସ-୩’ଦେଖିବାକୁ ଯାଇପାରନ୍ତି ବୋଲି କହିଛନ୍ତି ‘ଲଷ୍ଟ ଷ୍ଟୋରିଜ’ରେ ୪ଟି ଲଘୁ ଫିଲ୍ମ ସାମିଲ ରହିଛି । ଏହି ଫିଲ୍ମ ୧୫ଜୁନରେ ନେଟଫ୍ଲିକ୍ସରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More