Only for Entertainment

କରଣ ଜୋହରଙ୍କ ବଡ଼ ଧମାକା,ଜାହ୍ନବୀଙ୍କୁ ଦେବେ ଦ୍ୱିତୀୟ ଫିଲ୍ମ ।

amarujala
0 29

କଳଙ୍କ ଫିଲ୍ମ ପରେ ପରେ କରଣ ଜୋହର ପୁଣିଥରେ ଏକ ପିରିଅଡ ଡ୍ରାମା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି କରଣ ଜୋହର ଏହି ଫିଲ୍ମକୁ ନେଇ ଅଫିସିଆଲ ଘୋଷଣା କରିଛନ୍ତି । ଫିଲ୍ମର ନାମ ରଖିଛନ୍ତି ତଖ୍ତ । କରଣ ଜୋହର ଫିଲ୍ମର ଦୁଇଟି ପୋଷ୍ଟର ସହିତ କାଷ୍ଟିଙ୍ଗ ଟିମର ନାମ ମଧ୍ୟ ଘୋଷଣା କରିଛନ୍ତି ।

ଫିଲ୍ମରେ ରଣବୀର ସିଂ,କରୀନା କପୁର,ଆଲିୟା ଭଟ୍ଟ,ଜାହ୍ନବୀ କପୁର,ଭିକି କୌଶଲଙ୍କ ସମେତ ଅନିଲ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ଜାହ୍ନବୀଙ୍କର ପ୍ରଥମ ଫିଲ୍ମ । ଏହା ପୂର୍ବରୁ କରଣ ଜୋହର ଜାହ୍ନବୀଙ୍କୁ ଫିଲ୍ମ ଧଡ଼କରେ ଲଂଚ କରିଥିଲେ । ଏବେ ଜାହ୍ନବୀଙ୍କ ଦ୍ୱିତୀୟ ଫିଲ୍ମ ମଧ୍ୟ କରଣ ଜୋହର ପ୍ରଡ୍ୟୁସ କରୁଛନ୍ତି ।

ଫିଲ୍ମର ପୋଷ୍ଟର ରିଲିଜ କରିବା ବେଳେ ସୋସିଆଲ ମିଡିଆରେ କରଣ ଜୋହର କ୍ୟାପ୍ସନରେ ଲେଖିଛନ୍ତି ଏହି ଫିଲ୍ମ ଇତିହାସ ସହିତ ଜଡ଼ିତ ଏକ ଅବିଶ୍ୱସନୀୟ ଫିଲ୍ମ । ଫିଲ୍ମରେ ଜାହ୍ନବୀ ଏକ ଭିନ୍ନ ଅବତାରରେ ନଜର ଆସିବେ । ଖବର ଅନୁସାରେ ବିକ୍କି ଏବଂ ଜାହ୍ନବୀ ପତି ପତ୍ନୀ ଭୂମିକାରେ ନଜର ଆସିବେ । ପରଦାରେ ଜାହ୍ନବୀ ନିଜ ଠାରୁ ୯ ବର୍ଷ ବଡ଼ ଆକ୍ଟରଙ୍କ ସହିତ ରୋମାନ୍ସ କରିବା ନିହାତି ଭାବରେ ଉତ୍ସାହପୂର୍ଣ୍ଣ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More