Only for Entertainment

କରୀନା ଏବଂ କିଆରାଙ୍କ ମସ୍ତିଭରା ଭିଡିଓ ସୋସିଆଲ ମିଡିଆରେ ଶେୟାର କଲେ କରଣ ଜୋହର !

23

ବଲିଉଡ ଅଭିନେତ୍ରୀ ବେବୋ ଅର୍ଥାତ କରୀନା କପୂର ଖାନ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ରୁହନ୍ତି ନାହିଁ କି ତାଙ୍କର ନିଜର ଅଫିସିଆଲ ଅକାଉଂଟ ମଧ୍ୟ ନାହିଁ । କିନ୍ତୁ ତଥାପି କରୀନାଙ୍କ ସମସ୍ତ ଆକ୍ଟିଭିଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ନିକଟରେ କରୀନାଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ତାଙ୍କ ସହ କିଆରା ଆଡଭାଣୀ ମଧ୍ୟ ନଜର ଆସିଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଗୁଡନ୍ୟୁଜର ଟିମ ଏକ ସ୍ପେଶାଲ ସଙ୍ଗ ସିକ୍ୱେନ୍ସର ପ୍ରସ୍ତୁତି କରୁଥିଲେ ଏବଂ ଯାହା ଫେଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏହି ଫିଲ୍ମ ସରୋଗେସୀ ଏବଂ ସରୋଗେଟ ପ୍ୟାରେଂଟ୍ସଙ୍କ ବିଷୟରେ ରହିଛି । ଏହି ଫିଲ୍ମରେ କରୀନା କପୂର ଖାନ ଏବଂ କିଆରାଙ୍କ ବ୍ୟତୀତ ଅକ୍ଷୟ କୁମାର ଏବଂ ଦଲଜିତ ଦୋସାଂଝ ମଧ୍ୟ ନଜର ଆସିବେ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଥ୍ରି ଇଡିଅଟ ପରେ ଏବେ କରୀନା ଏବଂ ଅମୀର ଖାନ ଏକାସହ ପୁଣିଥରେ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମ ନା’ ରହିଛି ଲାଲ ସିଂ ଚଡ୍ଢା । ଯାହାର ସୁଟିଂ ଆରମ୍ଭ ହୋଇଗଲାଣି । ଏହାସହ ଅଂଗ୍ରେଜି ମିଡିଅମରେ ମଧ୍ୟ ନଜର ଆସିବେ ବେବୋ । ଏଥିରେ ତାଙ୍କ କୋ-ଷ୍ଟାର ରହିଛନ୍ତି ଇରଫାନ ଖାନ । ଏହାପରେ କରୀନା କରଣ ଜୋହରଙ୍କ ଫିଲ୍ମ ତକ୍ଷଧ୍ର ସୁଟିଂ ଫେବୃଆରୀକୁ ଆରମ୍ଭ କରିବେ । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ । ଏହି ଫିଲ୍ମରେ ରଣବୀର ସିଂ , ଆଲିୟା ଭଟ୍ଟ, ଜାହ୍ନବୀ କପୂର, ବିକ୍କି କୌଶଲ, ଅନିଲ କପୂର ଏବଂ ଭୂମି ପେଡନେକରଙ୍କ ଭଳି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More