Only for Entertainment

‘କବିର ସିଂ’ର ସଫଳତା ପରେ କରଣ ଜୋହର କଲେ ନୂଆ ପ୍ରୋଜେକ୍ଟର ଘୋଷଣା, ଲେଡି ଡନ ଭାବେ ନଜର ଆସିବେ କିଆରା ଆଡଭାଣୀ

Box Office India
24

ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ଏବେ ନିଜର ଫିଲ୍ମ ‘କବିର ସିଂ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି । ଦର୍ଶକ ଦୁହିଁଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରିଛନ୍ତି । ‘କବିର ସିଂ’ର ଅପାର ସଫଳତା ଦେଖିବା ପରେ କିଆରା ଆଡଭାଣୀଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇଛି ।

କିଆରା ଆଡଭାଣୀଙ୍କ ଗଡ ଫାଦର କରଣ ଜୋହର ଏହି ଫିଲ୍ମର ଘୋଷଣା ଏକ ଫଟୋ ସେୟାର କରି କରିଛନ୍ତି । କରଣ ଜୋହର ଅଭିନେତ୍ରୀ କିଆରାଙ୍କ ଏକ ଲୁକ ସୋୟାର କରି କହିଛନ୍ତି ଯେ, ସେ ଖୁବ ଶୀଘ୍ର ଫିଲ୍ମ ‘ଗିଲ୍ଟି’ରେ ନଜର ଆସିବେ ।

କରଣ ଜୋହର ସୋୟାର କରିଥିବା କିଆରା ଆଡଭାଣୀଙ୍କ ଫଟୋକୁ ଫ୍ୟାନ୍ସ ସୋସିଆଲ ମିଡିଆରେ ଖୁବ ପସନ୍ଦ କରିଛନ୍ତି । ସାମ୍ନାକୁ ଆସିଥିବା ଫଟୋରେ କିଆରା ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି । କିଆରାଙ୍କ ଲୁକ ଏବଂ ପୋଷାକକୁ ଦେଖିଲେ ଲାଗୁଛି ଫିଲ୍ମରେ କିଆରା ଲେଡି ଡନ ଭାବେ ନଜର ଆସିବେ ।

କହିରଖୁଛୁ ଯେ, ଫିଲ୍ମ ‘ଗିଲ୍ଟି’କୁ କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ୍ସ ନର୍ମାଣ କରିବ । ଏହି ଫିଲ୍ମ ସିନେମାଘର ବଦଳରେ ନେଟଫ୍ଲିକ୍ସରେ ରିଲିଜ କରାଯିବ । ଏହି ଫିଲ୍ମ ଜରିଆରେ କରଣ ଜୋହର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More