Only for Entertainment

ରିଲିଜ ପୂର୍ବରୁ କରଣ ଜୋହର ଦେଖିଲେ ଜନଙ୍କ ଫିଲ୍ମ ‘ପରମାଣୁ’, ଦେଲେ ଏପରି ରିଭ୍ୟୁ

AajTak
0 46

ଜନ ଆବ୍ରାହମଙ୍କ ବହୁ ପ୍ରିତିକ୍ଷିତ ଫିଲ୍ମ ପରମାଣୁର ସ୍ପେଶାଲ ସ୍କ୍ରିନିଂ ନିକଟରେ ରଖାଯାଇଥିଲା । ସ୍ପେଶାଲ ସ୍କ୍ରିନିଂରେ ଫିଲ୍ମ ନିର୍ମାତା କରଣ ଜୋହର ସାମିଲ ହୋଇଥିଲେ । କରଣଙ୍କୁ ଫିଲ୍ମ କିପରି ଲାଗିଥିଲା ତାହାକୁ ସେ ଟୁଇକ କରି ଜଣାଇଛନ୍ତି ।

କରଣ ଜୋହର ଟୁଇଟ କରି ଲେଖିଥିଲେ, ‘ମୁଁ ପରମାଣୁ ଦେଖିଲି ଏବଂ ଏହା ମୋତେ ପସନ୍ଦ ଆସିଲା । ଏହା ଖୁବ ଦୃଦୟସ୍ପର୍ଶୀ । ଫିଲ୍ମରେ ରିୟଲ କାହାଣୀକୁ ଦର୍ଶାଯାଇଛି ଯାହା ମୋତେ ସିଟରୁ ଉଠିବାକୁ ଦେଇନଥିଲା । ଫିଲ୍ମରେ ଦେଶଭକ୍ତିର ସତ୍ୟ କାହାଣୀ ଏବଂ ଫିଲ୍ମର କ୍ଲାଇମାକ୍ସ ଆପଣଙ୍କୁ ହାତର ନଖ ଖାଇବାକୁ ବାଧ୍ୟ କରାଇଦେବ ।’


ଅନେକ ବିବାଦ ପରେ ଶେଷରେ ‘ପରମାଣୁ’ ୨୫ ମଇକୁ ରିଲିଜ ହେବ । ଏହାର କାହାଣୀ ଭାରତ ସରକାରଙ୍କ ପରମାଣୁ ପରୀକ୍ଷଣ ଉପରେ ଆଧାରିତ । ଫିଲ୍ମର ଲିଡ ରୋଲରେ ଜନ ଆବ୍ରାହମ, ଡାୟନା ପେଣ୍ଟି ନଜର ଆସିବେ । ଏହା ବ୍ୟତିତ ବମନ ଇରାନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଅଭିଷେକ ଶର୍ମା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ସୌବିନ କଦରୋସ ଏବଂ ସଂଯୁକ୍ତା ଚାୱଲ । ସଚିନ-ଜିଗର ଫିଲ୍ମରେ ସଂଙ୍ଗୀତ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More