Only for Entertainment

‘କୁଛ କୁଛ ହୋତା ହେ’ର ରିମେକରେ ଏହି କଳାକାରଙ୍କୁ ନେବା ପାଇଁ ଚାହାଁନ୍ତି କରଣ

DNA
76

ବଲିଉଡରେ କିଛି ଫିଲ୍ମ ଏପରି ଅଛି ଯାହା ଦୀର୍ଘ ବର୍ଷ ପରେ ମଧ୍ୟ ନିଜ ଲୋକପ୍ରିୟତା ବଜାୟ ରଖିଛି । ଏମିତି ଏକ ଫିଲ୍ମ ହେଉଛି କରନ୍‍ ଜୋହରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ ‘କୁଛ୍‍ କୁଛ୍‍ ହୋତା ହେ’ଏହି ଫିଲ୍ମଟି ୧୯୯୮ରେ ରିଲିଜ୍ ହୋଇଥିଲେ । ଏହି ଫିଲ୍ମରେ ଶାହାରୁଖ୍ ଖାନ୍‍, କାଜୋଲ ଓ ରାନୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ତିନିଜଣଙ୍କ ଚରିତ୍ର ଏତେ ଲୋକପ୍ରିୟ ଥିଲା ଯେ, ଆଜି ମଧ୍ୟ ଅନେକ ଦର୍ଶକ ଏମାନଙ୍କୁ ଏହି ନାଁରେ ଡାକନ୍ତି । ସୋସିଆଲ ମିଡିଆରେ କରନ୍‍ ଜୋହରଙ୍କ ଫ୍ୟାନମାନେ ତାଙ୍କୁ ପ୍ରାୟତଃ ଏହି ଫିଲ୍ମର ରିମେକ୍ ବିଷୟରେ ପଚାରିଥାନ୍ତି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ, ଯଦି ‘କୁଛ୍‍ କୁଛ୍‍ ହୋତା ହେ’ ଫିଲ୍ମର ରିମେକ୍‍ ତିଆରି ହୁଏ ତେବେ ଏହାର ଷ୍ଟାରକାଷ୍ଟ କ’ଣ ହେବ ।

ନିକଟରେ ମେଲବର୍ଣ୍ଣରେ ଅନୁଷ୍ଠିତ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଉପସ୍ଥିତ ଥିବା କରନ୍‍ ଜୋହରଙ୍କୁ ଯେତେବେଳେ ଏ ବିଷୟରେ ପଚରାଗଲା ସେ ସେତବେଳେ ଏହାର ଉତ୍ତରରେ କହିଥିଲେ କି, ଯଦି ଏହି ଫିଲ୍ମର ରିମେକ୍‍ ତିଆରି ହୁଏ ତେବେ ଏଥିରେ ରାହୁଲ ଚରିତ୍ରରେ ରଣବୀର ସିଂ, ଅଞ୍ଜଲି ଚରିତ୍ରରେ ଆଲିଆ ଭଟ୍ଟ ଓ ଟିନା ଚରିତ୍ରରେ ଜାହ୍ନବୀ କପୁର ଅଭିନୟ କରିବେ । କରନ୍‍ କହିଛନ୍ତ ଯେ, ମୋତେ ଲାଗୁଛି ଏହି ତିନିଜଣ ହିଁ ରାହୁଲ ଅଞ୍ଜଲି ଓ ଟିନା ଭୂମିକାକୁ ଠିକ୍ ଭାବରେ ନିଭାଇ ପାରିବେ ।

କରନ ଆହୁରି ମଧ୍ୟ କହିଛନ୍ତି କି, ସେ ଯେତେବେଳେ ଏହି ସିନେମା ନିର୍ମାଣ କରୁଥିଲେ ସେତେବେଳେ ଟିନା ଚରିତ୍ରର କାଷ୍ଟିଂ ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡିଛି । କାରଣ ଏହି ଚରିତ୍ର ପାଇଁ ତାଙ୍କ ମନରେ ବାରମ୍ବାର ତବୁ, ଉର୍ମିଳା ମାତୋଣ୍ଡକର ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମ ଆସୁଥିଲା । କରନ ଜୋହର ଗତ କିଛି ଦିନ ତଳେ ବିଜୟ ଦେବାରକୋଣ୍ଡାଙ୍କ ଫିଲ୍ମ ଡିୟର କୋମରେଡ୍ର ରିମେକ ରାଇଟ୍ସ କିଣିଛନ୍ତି । କରନ ଏବେ ରିମେକ୍ ଫିଲ୍ମ ଉପରେ ଖୁବ୍ ଧ୍ୟାନ ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More