Only for Entertainment

ପୁଣିଥରେ କରନଙ୍କ ଫିଲ୍ମକୁ ଏଡ଼ାଇଲେ ପ୍ରଭାସ,ଜାଣନ୍ତୁ କାହିଁକି?

aajtak
0 111

ବାହୁବଳୀ ସିରିଜର ସଫଳତା ପରେ ସାରା ଦୁନିଆରେ ପ୍ରସିଦ୍ଧ ହୋଇଥିବା ଅଭିନେତା ପ୍ରଭାସ ଦ୍ୱିତୀୟ ଥର କରନ ଜୋହରଙ୍କ ଫିଲ୍ମ କରିବାକୁ ମନା କରି ଦେଇଛନ୍ତି । ବାହୁବଲୀ ବ୍ଲକବଷ୍ଟର ହିଟ ହେବା ପରେ ସମସ୍ତ ଫିଲ୍ମ ନିର୍ମାତାଙ୍କ ଭିଡ଼ ଲାଗିଥିଲା ପ୍ରଭାସଙ୍କ ନିକଟରେ । ଏଥିରେ କରନ ଜୋହରଙ୍କ ନାମ ମଧ୍ୟ ଥିଲା । କରନ ପ୍ରଭାସଙ୍କୁ ବଲିଉଡରେ ଲଂଚ କରିବାକୁ ଚାହୁଁଥିଲେ । ପ୍ରଥମ ଥର ଯେତେବେଳେ ସେ କରନଙ୍କୁ ଫିଲ୍ମରେ ନେବା ପାଇଁ ଚାହୁଁଥିଲେ ସେହି ସମୟରେ ପ୍ରଭାସ ୨୦ କୋଟି ଟଙ୍କା ଡିମାଣ୍ଡ କରିଥିଲେ । ତେଣୁ କଥା ଆଗକୁ ବଢିପାରି ନଥିଲା ।

ନିକଟରେ ପୁଣିଥରେ କରନ ପ୍ରଭାସଙ୍କୁ ସଂପର୍କ କରିଥିଲେ ଏବଂ ତାଙ୍କୁ ଏକ ବଡ଼ ପ୍ରକଳ୍ପରେ ସାମିଲ କରିବାକୁ ଚାହୁଁଥିଲେ । ଏଥର ମଧ୍ୟ ପ୍ରଭାସ ମନା କରି ଦେଇଛନ୍ତି । ତେବେ ଏହା ପଛର କାରଣ କିଛି ଭିନ୍ନ । ବାସ୍ତବରେ ପ୍ରଭାସ ତାଙ୍କର ଅପକମିଂ ଫିଲ୍ମ ‘ସାହୋ’ର ସୁଟିଂ ବ୍ୟସ୍ତ ଅଛନ୍ତି,ତେଣୁ ତାଙ୍କୁ ସମୟର ଅଭାବ । ଏହା ଏକ ଥ୍ରିଲର ଫିଲ୍ମ ଏବଂ ଏହା ୩୦୦ କୋଟିର ପ୍ରକଳ୍ପ ।

କରନ ପ୍ରଭାସଙ୍କ ଫିଲ୍ମ ବାହୁବଳୀ ଟୁର ମାର୍କେଟିଙ୍ଗ ଏବଂ ଡିଷ୍ଟିବ୍ୟୁସନ ଦାୟୀତ୍ୱ ସମ୍ଭାଳିଥିଲେ । ତେବେ ପ୍ରଭାସଙ୍କ କହିବା ଅନୁସାରେ କରନଙ୍କ ସହିତ ତାଙ୍କର ସଂପର୍କ ଖୁବ ଭଲ । ସେ ଏହା ମଧ୍ୟ କୁହନ୍ତିଯେ ଆବଶ୍ୟକ ସମୟରେ ସେ କରନଙ୍କୁ ଜଣାଇବେ । କରନ ତାଙ୍କୁ ଖୁବ ସାହାଯ୍ୟ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More