Only for Entertainment

ଓଲିଉଡ ନବାଗତ ଅଭିନେତା କରଣଙ୍କୁ ମିଳିଲା ଦ୍ୱିତୀୟ ଫିଲ୍ମ ।

ppl express
42

ଓଲିଉଡ଼ରେ ନୂଆ ଅଭିନେତା କରଣଙ୍କୁ ମିଳିଛି ଦ୍ୱିତୀୟ ସିନେମା । ସେ ଏହା ପୂର୍ବରୁ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକ୍ତି’ରେ ନାୟକ ଭୂମିକାରେ ନଜର ଆସିଥିଲେ । ‘ଶକ୍ତି’ରେ କରଣଙ୍କ ଦମଦାର ଆକ୍ସନ ବିଶେଷ ଭାବେ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ତେବେ ଏହି ଫିଲ୍ମରେ ତାଙ୍କର ରୋମାନ୍ସ ବି ଥିଲା । ଏହି ସିନେମାରେ କରଣଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ସୂରମୟୀ ।

‘ଶକ୍ତି’ ପରେ କରଣଙ୍କୁ ମିଳିଛି ଏବେ ଆଉ ଏକ ଓଡ଼ିଆ ସିନେମା । ଏହି ଫିଲ୍ମର ଟାଇଟଲ ହେଲା ‘ପିକୁଲି କିଏ? । ଏଥିରେ କରଣଙ୍କୁ ଦର୍ଶକ ଦେଖିବାକୁ ପାଇବେ ଜଣେ ସେନା ଅଧିକାରୀ ଭୂମିକାରେ । ଏହି ସିନେମାରେ ପୁଣି ଥରେ ଆକ୍ସନ ରୋଲରେ ନଜର ଆସିବେ ସେ । ଏଥିରେ ତାଙ୍କ ସହ ଦୁଇଜଣ ନାୟିକାଙ୍କୁ ଦେଖିବାକୁ ମିଳିବ । ଏମାନଙ୍କ ଭିତରୁ ଜଣେ ହେଲେ ତମନ୍ନା । ତମନ୍ନା ଆଗରୁ ଜ୍ୟୋତି, ବାଳକୃଷ୍ଣ, ଅର୍ଦ୍ଧେନ୍ଦୁ ଓ ଅନୁଭବ ଆଦି ନାୟକଙ୍କ ବିପକ୍ଷରେ ନାୟିକା ବନିଛନ୍ତି ।

‘ପିକୁଲି କିଏ’ରେ ପ୍ରଥମ ଥର କରଣଙ୍କ ସହ ଯୋଡ଼ି ହୋଇଛନ୍ତି ତମନ୍ନା । ତମନ୍ନାଙ୍କ ବ୍ୟତୀତ ଅନ୍ୟ ଜଣେ ନବାଗତା ନିଶାଙ୍କୁ ଏଥିରେ ନାୟିକା ଭୂମିକାରେ ଦେଖିବାକୁ ମିଳିବ । ଏହା ଛଡ଼ା ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଏବଂ ମଣ୍ଟୁଙ୍କୁ ବି ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ । ଏହି ସିନେମାରେ ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ସାମନ୍ତ । ଏହାର ପ୍ରଯୋଜନା କରୁଛନ୍ତି ମହେନ୍ଦ୍ର ନାୟକ ଓ ପ୍ରମୋଦ ନାୟକ, ବିଜୟ ଦାସ ଏହାର ସଂଳାପ ରଚନା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More