Only for Entertainment

କରୀନାଙ୍କ ସହିତ ବନ୍ଧୁତାକୁ ନେଇ ସୋନମଙ୍କ ବଡ଼ ଖୁଲାସା । ଜାଣନ୍ତୁ କ’ଣ କହିଲେ?

bollywood tadka
0 59

ବଲିଉଡ ଅଭିନେତ୍ରୀ କରୀନା କପୁର ଏବଂ ସୋନମ କପୁର ପ୍ରଥମ ଥର ପାଇଁ ଫିଲ୍ମ ‘ବୀରେ ଦି ୱେଡିଙ୍ଗ’ରେ ନଜର ଆସିବେ । ଗତ କିଛ ଦିନ ହେବ ଖବର ଆସୁଥିଲାଯେ କରୀନା ଏବଂ ସୋନମ ଉଭୟ ଉଭୟଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଟକ୍କର ଦେଉଛନ୍ତି । ଏହା ଏଥିପାଇଁ କୁହାଯାଉଥିଲା କାରଣ ସୋନମ ମଧ୍ୟ ବିବାହ ପରେ କରୀନାଙ୍କ ଭଳି ନିଜ କ୍ୟାରଅରରେ ଫୋକସ ଦେବାକୁ ଚାହାଁନ୍ତି ।

 

ସୋନମଙ୍କ କହିବା ଅନୁସାରେ ‘ଆମେ ଦୁଇଜଣ ଖୁବ ଭଲ ସାଙ୍ଗ’ । ଆମ ବନ୍ଧୁତା ୧୫ ବର୍ଷ ପୁରୁଣା । କେବଳ କରୀନା ନୁହଁନ୍ତି ବରଂ ଲୋଲୋ(କରିସ୍ମା) ମଧ୍ୟ ମୋର ଭଲ ସାଙ୍ଗ । ଆମ ମାନଙ୍କର ଏକ ହ୍ୱାଟସଅପ ଗ୍ରୁପ ମଧ୍ୟ ଅଛି,ଯେଉଁଥିରେ ରୀୟା,କରୀନା ଏବଂ କରିସ୍ମା ଅଛନ୍ତି । ଏହି ଗ୍ରୁପର ନାମ ଆମେ ‘କପୁର ଗର୍ଲସ’ ରଖିଛୁ । ଏହି ଗ୍ରୁପରେ ଆମେ ଜଣେ ଅନ୍ୟ ଜଣଙ୍କର ଫଟୋ ସେୟାର କରୁ ।

୮ ମଇକୁ ସୋନମ ଏବଂ ଆନନ୍ଦଙ୍କ ବିବାହ ହୋଇଥିଲା । ବିବାହରେ ତ ସମସ୍ତ ବଲିଉଡ ଷ୍ଟାର ପହଂଚିଥିଲେ । କିନ୍ତୁ ସବୁଠାରୁ ଖାସ କଥା ହେଉଛି ଏହା ପ୍ରଥମ ବିବାହ ଥିଲା ଯେଉଁଠାକୁ ପ୍ରଥମ ଥର ପାଇଁ କରୀନା ତୈମୁରଙ୍କ ସହିତ ଯାଇଥିଲେ ।

 

ସୋନମଙ୍କ ଭଉଣୀ ରୀୟା ସୋନମଙ୍କର ଏକ ଫଟୋ ସେୟାର କରିଛନ୍ତି । ସେଥିରେ ସେ ଏକ ଭଲ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More