କରୀନା କପୂର ସୈଫଙ୍କ ସହ କଲେ ବର୍ଥଡେ ସେଲିବ୍ରେଶନ ତ କରିଶ୍ମା କହିଲେ ଏଭଳି , ଦେଖନ୍ତୁ ଭିଡିଓ !
ବଲିଉଡ ଅଭିନେତ୍ରୀ କରୀନା କପୂର ଆଜି ନିଜ ୩୯ତମ ଜନ୍ମଦିନ ପାଳନ କରୁଛନ୍ତି । ଫିଲ୍ମ ଜଗତରେ ନିଜ ମଜାଦାର ଅନ୍ଦାଜ ଏବଂ ଷ୍ଟାଇଲ ପାଇଁ ପରିଚିତ ବେବୋ ନିଜ ୩୯ତମ ଜନ୍ମଦିନ ପରିବାର ସହ ସେଲିବ୍ରେଟ କରୁଛନ୍ତି । ନିକଟରେ କରୀନା କପୂରଙ୍କ ଭଉଣୀ ଅଭିନେତ୍ରୀ କରୀଶ୍ମା କପୂର ନିଜ ଛୋଟ ଭଉଣୀ ଜନ୍ମଦିନରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ କରୀନା ‘ପଟୌଦି ପ୍ୟାଲେସ’ରେ ବର୍ଥଡେ କେକ କାଟିଥିବାର ନଜର ଆସିଛନ୍ତି । ଏହି ସେଲିବ୍ରେଶନରେ ତାଙ୍କ ସହ ସୈଫ ଅଲୀ ଖାନ ମଧ୍ୟ ନଜର ଆସିଥିଲେ ।
ସୋସିଆଲ ମିଡିଆରେ ଦୃତମାତ୍ରାରେ ଭାଇରାଲ ହେଉଥିବା ଏହି ଭିଡିଓରେ କରୀନା ଖୁବ ଏଳସାଇଟେଡ ନଜର ଆସିଛନ୍ତି । ଏହି କ୍ୟୁଟ ଭିଡିଓକୁ କରୀଶ୍ମା ଶେୟାର କରି ବେବୋଙ୍କୁ ହାପି ବର୍ଥଡେ ୱିଶ କରିଛନ୍ତି ।
ଅଭିନେତ୍ରୀ କରୀନା ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେହିଭଳି ଯଦି ୱାର୍କଫ୍ରଂଟ ବିଷୟରେ କହିବା ତେବେ ଅଭିନେତ୍ରୀ ଏବେ ଟେଲିଭିଜନ ଶୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସର ବିଚାରକ ଭାବେ ନଜର ଆସୁଛନ୍ତି । ଏହାବ୍ୟତୀତ ସେ ଖୁବଶୀଘ୍ର ଫିଲ୍ମ ‘ଅଂଗ୍ରେଜି ମିଡିଅମ’ରେ ଇରଫାନ ଖାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ।