Only for Entertainment

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆଣିଲେ ବେବୋ ।

Latestly.com
49

ଇରଫାନ ଖାନଙ୍କ ସହିତ ଫିଲ୍ମ ଇଂରାଜୀ ମିଡିୟମରେ ନଜର ଆସିବେ କରୀନା କପୁର । ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଛି । ଫିଲ୍ମ ସୁଟିଂ ସମୟରେ ପ୍ରଥମ ସର୍ଟରେ ସମଗ୍ର ଟିମକୁ ଇମୋଶନାଲ କରି ଦେଇଥିଲେ ଇରଫାନ । ଯାହାର ପ୍ରଥମ ଫଟୋ ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ତେବେ ଫିଲ୍ମରେ ଇରଫାନଙ୍କ ସହିତ ସୁନ୍ଦରୀ କରୀନା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ଇରଫାନ ଜଣେ ମିଠା ବ୍ୟବସାୟୀ ଚରିତ୍ରରେ ନଜର ଆସିବେ ଏହା ତ ସମସ୍ତେ ଜାଣନ୍ତି କିନ୍ତୁ କରୀନାଙ୍କ ଚରିତ୍ରକୁ ନେଇ ସସପେନ୍ସ ରହିଥିଲା । ଖବର ଅନୁସାରେ ସେ ଇରଫାନ୍ ଖାନଙ୍କ ଲଭ ପାର୍ଟନର ଭାବେ ଦେଖା ଯାଇ ନପାରନ୍ତି। ତାଙ୍କର ସିରିୟସ୍ ଭୂମିକା ରହିବ। ଏପରିକି ତାଙ୍କୁ ପୁଲିସ ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। କରୀନା ପୂର୍ବରୁ କେବେ ହେଲେ ପୁଲିସ ଭୂମିକାରେ ନଜର ଆସିନାହାନ୍ତି। ତେଣୁ ଏହି ଭୂମିକାକୁ ସେ କିପରି ନିର୍ବାହ କରିବେ ତାହା ଦେଖିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ରହିଛି।’ଇଂରାଜୀ ମିଡିୟମ’ ହେଉଛି ଫିଲ୍ମ ‘ହିନ୍ଦୀ ମିଡିୟମ’ର ସିକ୍ୱେଲ।ଅଭିନେତ୍ରୀ କରୀନା କପୁରଙ୍କୁ ଶେଷ ଥର ପାଇଁ ‘ବୀରେ ଦ ୱେଡିଙ୍ଗ’ରେ ଦେଖାଯାଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More