Only for Entertainment

ଝିଆରୀର ଏହି ଗୁଣକୁ ଆଦୌ ପସନ୍ଦ କରନ୍ତି ନାହିଁ କରୀନା

aajtak
45

ବଲିଉଡ ବେବୋ ବା କରୀନା କପୂରଙ୍କୁ କିଏ ବା ପସନ୍ଦ ନ କରେ । ସେ ଫିଲ୍ମ ଠାରୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଧିକାଂଶ ସମୟ ପରିବାର ଏବଂ ସାଙ୍ଗ ମାନଙ୍କ ସହିତ ପାର୍ଟିରେ ମସ୍ତି ମଜାକ କରନ୍ତି । ନିକଟରେ କରୀନା କପୂର ଭଉଣୀ କରିସ୍ମାଙ୍କ ଝିଅ ବା ନିଜ ଝିଆରୀଙ୍କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି ।

 

ବାସ୍ତବରେ ନିକଟରେ ଦେଇଥିବା ଏକ ଇଂଟରଭ୍ରୁରେ କରୀନା କହିଛନ୍ତି ତାଙ୍କ ଝିଆରୀ ସମାୟରା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ଅଧିକାଂଶ ସମୟରେ ସେ ସ୍ନାପଚ୍ୟାଟ ଓ ଅନ୍ୟ ସୋସିଆଲ ମିଡିଆରେ ମଜି ରହୁଛି । ତେବେ ଏହା ଦ୍ୱାରା ୨୪ ଘଂଟା ଗୋଟିଏ ସ୍ଥାନରେ ବସି ରହିବା ଭଳି ଘଟଣା ଦେଖିବାକୁ ମିଳେ । ନା ବନ୍ଧୁ ମାନ୍ଧବ ସହିତ ମିଶି ହୁଏ ନା ପଢାରେ ମନ ଦେଇ ହୁଏ । ନା ଅନ୍ୟ କୌଣସି କାମରେ । ବାହାର ଦୁନିଆରେ କ’ଣ ଘଟୁଛି ତାହା ମଧ୍ୟ ଜାଣି ହୁଏ ନାହିଁ । ତେଣୁ ସୋସିଆଲ ମିଡିଆକୁ ଲିମିଟିରେ ବ୍ୟବହାର କରିବା ଉଚିତ ବୋଲି କହିଛନ୍ତି କରୀନା ।

କହିରଖୁଛୁ କରୀନା କପୂର ସୋସିଆଲ ମିଡିଆ ବ୍ୟବହାର କରିବାକୁ ପସନ୍ଦ କରନ୍ତି ନାହିଁ । ସେ ନିଜେ ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More