Only for Entertainment

‘ହିନ୍ଦୀ ମିଡିୟମ ୨’ରେ ହୋଇପାରେ କରୀନା କପୁରଙ୍କ ଏଣ୍ଟ୍ରି, ଇରଫାନ ଖାନଙ୍କ ସହିତ ରଙ୍ଗ ଜମାଇମେ ବେବୋ

The Indian Wire
29

ଫିଲ୍ମ ‘ବୀରେ ଦି ୱେଡିଂ’ ଜରିଆରେ ବକ୍ସ ଅଫିସରେ ଧମାଲ ମଚାଇଥିବା କରୀନା କପୁର ଖାନଙ୍କ ପାଇଁ ଚଳିତ ବର୍ଷ ଖୁବ ବ୍ୟସ୍ତ ରହିବ । କରୀନା ଆଜିକାଲି ନିଜର ଆଗାମୀ ଫିଲ୍ମ ‘ଗୁଡ ନ୍ୟୁଜ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ । ବେବୋ ଏବେ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଇତି ମଧ୍ୟରେ କରୀନାଙ୍କୁ ନେୁଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ କରୀନାଙ୍କୁ ଆଉ ଏକ ବଡ ଫିଲ୍ମର ଅଫର ମିଳିଛି । ଯଦି କରୀନା ଏହି ଫିଲ୍ମରେ କାମ କରିବା ପାଇଁ ରାଜି ହୋଇଯାଆନ୍ତି ତେବେ ସେ ଇରଫାନ ଖାନଙ୍କ ସହିତ ବଡ ପରଦାରେ ନଜର ଆସିବେ ।

kareena

ଆଜ୍ଞା ହଁ, ଆପଣ ଠିକ୍ ଶୁଣିଲେ । ମିଡିଆ ରିପୋର୍ଟ ଅନୁସାରେ କରୀନା କପୁରଙ୍କୁ ଇରଫାନ ଖାନଙ୍କ ସୁପରହିଟ ଫିଲ୍ମ ‘ହିନ୍ଦୀ ମିଡିଅମ’ର ସିକ୍ୱଲ ପାଇଁ ଆପ୍ରୋଚ କରାଯାଇଛି । ଯଦି କରୀନା ଏହି ଫିଲ୍ମରେ କାମ କରିବା ପାଇଁ ହିଁ ଭରନ୍ତି ତେବେ ଦର୍ଶକ କରୀନା ଏବଂ ଇରଫାନଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ପାଇବେ ।

‘ହିନ୍ଦୀ ମିଡିଅମ’ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୨୦୧୭ର ସୁପରହିଟ ଫିଲ୍ମ ମଧ୍ୟରୁ ଏକ ଥିଲା । ଫିଲ୍ମରେ ଇରଫାନ ଖାନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଇରଫାନ ଖାନଙ୍କ ବ୍ୟତିତ ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ସବା କମ ର ମଧ୍ୟ ନଜର ଆସିଥିଲେ । ଏହି ଫିଲ୍ମର ସଫଳତାକୁ ନଜରରେ ରଖି ଫିଲ୍ମ ନିର୍ମାତା ଏହାର ସିକ୍ୱଲ କରିବା ପାଇଁ ଚିନ୍ତା କରିଛନ୍ତି । ତେବେ କରୀନା ଫିଲ୍ମର ସିକ୍ୱଲରେ କାମ କରିବା ନେଇ କ’ଣ ନିର୍ଣ୍ଣୟ ନେଉଛନ୍ତି ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More