Only for Entertainment

୪ ବର୍ଷ ପରେ ଏହି ଫିଲ୍ମ ପାଇଁ ହାତ ମିଳାଇଲେ ସୈଫ- କରୀନା !

NewsX
22

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅଭିନେତ୍ରୀ କରୀନା କପୁର ଖାନ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ କପଲ୍ । ଏହି କପଲ କୋଟି କୋଟି ଲୋକଙ୍କ ହୃଦୟରେ ଅଛନ୍ତି । କରୀନା ଏବଂ ସୈଫ ପ୍ରଥମରୁ ହିଁ ଚର୍ଚ୍ଚିତ ଥିଲେ ମାତ୍ର ତୈମୁର ଜନ୍ମ ହେବା ପରେ ଦୁହେଁ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହି କପଲ କେବେ ଏକାଠି ପରଦାରେ ନଜର ଆସିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଖବର ଅନୁସାରେ ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଖୁବ ଶୀଘ୍ର ଫିଲ୍ମ ‘ଜବାନୀ ଜାନେମ ନ’ରେ ଏକାଠି ନଜର ଆସିବେ । ଆଜ୍ଞା ହଁ, କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ ଶେଷରେ ୪ ବର୍ଷ ପରେ ଏହି ଫିଲ୍ମ ପାଇଁ ହାତ ମିଳାଇଛନ୍ତି ।

ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, କରୀନା ସୈଫଙ୍କ ସହିତ କେବଳ ଛୁଟି କାଟିବା ପାଇଁ ଇଂଲଣ୍ଡ ଯାଇନାହାଁନ୍ତି ସେଠାରେ ସେ ଫିଲ୍ମ ‘ଜବାନୀ ଜାନେମନ’ର ସୁଟିଂ ମଧ୍ୟ କରିବେ । ଫିଲ୍ମରେ କରୀନା ସ୍ପେଶାଲ ଆପିୟରାନ୍ସ ଭାବେ ନଜର ଆସିବେ ।

କହିରଖୁଛୁ ଯେ, ‘ଜବାନୀ ଜାନେମନ’ରେ ୯୦ ଦଶକର ଜଣା ଶୁଣା ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ସେ ସୈଫଙ୍କ ଝିଅ ଭୂମିକାରେ ନଜର ଆସିବେ । ଫିଲ୍ମରେ ତବୁ ମଧ୍ୟ ନଜର ଆସିବେ । ନିକଟରେ ହୋଇଥିବା ଭାରତ ପାକିସ୍ତାନ ମ୍ୟାଚରେ ସୈଫ ଏବଂ ଆଲିଆଙ୍କୁ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More