Only for Entertainment

‘ଲାଲ ସିଂ ଚଢା’ରୁ ଲିକ ହେଲା କରୀନା କପୂରଙ୍କ ଲୁକ

bollywood tadka
59

ଅଭିନେତ୍ରୀ କରୀନା କପୂର ଖାନ୍ ଏବେ ଫିଲ୍ମ ‘ଲାଲ ସିଂ ଚଢା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଗତ କିଛି ଦିନ ପୂର୍ବରୁ ଫିଲ୍ମର ସୁଟିଂ ସେଟରୁ କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ ପୁଣିଥରେ ଭାଇରାଲ ହେଉଛି କରୀନା କପୂରଙ୍କ କିଛି ଫଟୋ ।

ଫଟୋରେ କରୀନାଙ୍କୁ ପଂଜାବୀ ଲୁକରେ ଦେଖିବାକୁ ମିଳିଛି । ସାମ୍ନାକୁ ଆସିଥିବା ଏହି ଫଟୋରେ କରୀନା ପିଚ୍ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଗୋଲଡେନ ଜ୍ୱେଲରୀ ଏବଂ ମିନିମଲ ମେକଅପ ସୁନ୍ଦରୀ କରୀନାଙ୍କୁ ଅଧିକ ସୁନ୍ଦରୀ କରିଛି । କରୀନାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି ।

ଫିଲ୍ମ କଥା ଯଦି ଆଲୋଚନା କରିବା ତେବେ ଏଥିରେ ସ୍ୱର୍ଣ୍ଣ ମନ୍ଦିର ନରସଂହାର ଏବଂ ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ବିଷୟରେ ଦେଖା ଯାଇଛି । କହିରଖୁଛୁ ଫିଲ୍ମରେ ଆମୀର ଖାନ୍ ମୁଖ୍ୟ ଚରିତ୍ରରେ ନଜର ଆସିବେ ଏବଂ ତାଙ୍କ ବିପକ୍ଷରେ ନଜର ଆସିବେ କରୀନା କପୂର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More