Only for Entertainment

ଡିଆଇଡି ସେଟରେ କରୀନା କପୂରଙ୍କ ଜଲୱା, ପ୍ରଥମ ଥର ଟିଭି ପରଦାରେ.. ।

29

କରୀନା କପୂର ଖାନ ଜି ଟିଭିର ରିଆଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ନଜର ଆସୁଛନ୍ତି । ଶୋ’ରେ କରୀନା କପୂର ଦୁଇଟି ଆଇକନିକ ଗୀତରେ ଡ୍ୟାନ୍ସ କରି ମକ୍ଟକ୍ଟ୍ରର ଆକର୍ଷଣକୁ ଅଧିକ ବଢାଇଦେଲେ । ପତି ସୈଫ ଅଲି ଖାନଙ୍କ ଗୀତ ଓଲେ ଓଲେରେ ଡ୍ୟାନ୍ସ କଲେ ବେବୋ । ଏହା ସହିତ ଭଉଣୀ କରିସ୍ମା କପୂରଙ୍କ ଗୀତ ମେଁ ତୋ ରାସ୍ତେ ମେଁ ଯା ରାହା ଥା ଗୀତରେ ମଧ୍ୟ ଡ୍ୟାନ୍ସ କଲେ ।

କରୀନା ଶୋ’ରେ କହିଲେଯେ ସେ ସ୍କୁଲରେ ପଢୁଥିବା ସମୟରେ ସୈଫଙ୍କ ଫିଲ୍ମ ଦିଲଲଗି ରିଲିଜ ହୋଇଥିଲା । ଏହା ସହିତ ମଜାକରେ କରୀନା କହିଲେ ମୁଁ ସୈଫଙ୍କ ଠାରୁ ଭଲ ଡ୍ୟାନ୍ସ କରିଛି ।

 

କରୀନା ଶୋ’ରେ ବିଚାରିକା ଭାବରେ ନଜର ଆସୁଛନ୍ତି । ନିକଟରେ ସେ ଡିଆଇଡିର ସୁଟିଂ ପାଇଁ ଲଣ୍ଡନରୁ ମାତ୍ର ୧୨ ଘଂଟା ପାଇଁ ମୁମ୍ବାଇ ଆସିଥିଲେ । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ କରୀନା ଇଂରାଜୀ ମିଡିୟମର ସୁଟିଂ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More