Only for Entertainment

କେବଳ ୧୨ ଘଂଟା ପାଇଁ ଲଣ୍ଡନରୁ ମୁମ୍ବାଇ ଫେରିଛନ୍ତି କରୀନା ।

38

କରୀନା ଓ ତାଙ୍କ ପରିବାର ଛୁଟି ବିତାଇବାକୁ ଫରେନ ଯାଇଥିଲେ । କରିସ୍ମା ସେମାନଙ୍କ ହଲିଡେର ଫଟୋ ମଧ୍ୟ ଶେୟାର କରିଥିଲେ । ଏହି ମଧ୍ୟରେ କରୀନାଙ୍କୁ ମୁମ୍ବାଇ ଆସିବାକୁ ପଡ଼ିଛି । ତାଙ୍କ ସହିତ ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ଆସିନାହାଁନ୍ତି । ରିପୋର୍ଟ ଅନୁସାରେ ଖୁବ କମ ସମୟ ପାଇଁ କରୀନା ମୁମ୍ବାଇ ଆସିଛନ୍ତି ।

 

ପିଙ୍କଭିଲାର ରିପୋର୍ଟ ଅନୁସାରେ କରୀନା କେବଳ ୧୨ ଘଂଟା ପାଇଁ ମୁମ୍ବାଇ ଆସିଛନ୍ତି । ତାଙ୍କ ସହିତ ତୈମୁର ଏବଂ ସୈଫ ଆସିନାହାଁନ୍ତି । ବାସ୍ତବରେ କରୀନା କପୂର ତାଙ୍କ ଡ୍ୟାନ୍ସ ରିଆଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ର ସୁଟିଂ ପାଇଁ ମୁମ୍ବାଇ ଆସିଛନ୍ତି, ତାହା ପୁଣି କେବଳ ୧୨ ଘଂଟା ପାଇଁ । କରୀନା ପ୍ରୋଫେସନାଲ କମିଟମେଂଟ ପୂରଣ କରିବାରେ ଖୁବ ପର୍ଫେକ୍ଟ ।

 

 

 

View this post on Instagram

 

A Happy Queen! #KareenaKapoorKhan ??

A post shared by Kareena★Fan★4Ever (@kareenafan4ever) on

ନିକଟରେ କରୀନାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି । ଆଜି ସୁଟିଂ ସରିବା ପରେ କରୀନା ରାତିରେ ଲଣ୍ଡନ ଫେରିଯିବେ । କହିରଖୁଛୁ କରୀନା ପ୍ରଥମ ଥର ଟିଭି ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ରିଆଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ କରୀନା ଜଜ ଭାବରେ ନଜର ଆସିବେ । କରୀନା ଟିଭିରେ ପାଦ ଦେବାମାତ୍ରେ ନୂଆ ରେକର୍ଡ଼ ମଧ୍ୟ ହୋଇସାରିଛି । କୁହାଯାଉଛି କରୀନା ସୁବୁଠାରୁ ଅଧିକ ଫିସ ନେଉଥିବା ଟିଭି ଷ୍ଟାର ହୋଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More