Only for Entertainment

ଏହି ଆଇଟମ୍ ନମ୍ବର କରିବା ପାଇଁ ସୈଫଙ୍କ ଠାରୁ ଅନୁମତି ନେଇଥିଲେ କରୀନା

mtvindia
0 43

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ତୈମୁରଙ୍କ ଜନ୍ମ ପରଠାରୁ ଫିଲ୍ମରୁ ଦୂରେଇ ଯାଇଛନ୍ତି । କରୀନା ବର୍ତ୍ତମାନ ତୈମୁରଙ୍କ ଲାଳନ ପାଳନରେ ବ୍ୟସ୍ତ ଅଛନ୍ତି । ନିକଟରେ କରୀନା ତୈମୁରଙ୍କ କ୍ୟାରିୟର ବିଷୟରେ ଖୁଲାସା କରିଥିଲେ । ସେ କହିଥିଲେ ଯେ ତୈମୁର ବଡ ହୋଇ କ୍ରିକେଟର ହୁଅନ୍ତୁ ଏବଂ ଦେଶ ପାଇଁ ଖେଳନ୍ତୁ ।

ବର୍ତ୍ତମାନ କରୀନା ନିଜ ବିଷୟରେ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ-୨’ର ଗୀତ ‘ଫେବିକଲ’ରେ ପର୍ଫମ କରିବା ପାଇଁ ତାଙ୍କୁ ସୈଫଙ୍କ ଅନୁମତି ନେବାକୁ ପଡିଥିଲା । ସୈଫ ଅନୁମତି ଦେବା ପରେ ସେ ଏହି ଗୀତ ସାଇନ କରିଥିଲେ । ତେବେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଛି ନା । ଭାବୁଛନ୍ତି କି କରୀନା ପୁଣି ସୈଫଙ୍କ ଅନୁମତି ନେବା କ’ଣ ଆବଶ୍ୟକ ଥିଲା । ଏହା ପଛରେ ମଧ୍ୟ ଏକ କାରଣ ରହିଛି ।

Kareena-Kapoor

ସୈଫ ଏବଂ କରୀନାଙ୍କ ବିବାହ ୧୬ ଅକ୍ଟୋବର ୨୦୧୨ରେ ହୋଇଥିଲା ଏବଂ ସିଡ୍ୟୁଲ ଅନୁସାରେ ‘ଦବଙ୍ଗ-୨’ର ଏହି ଗୀତ ୨୩ ଅକ୍ଟୋବରକୁ ସ୍ଥିର ହୋଇଥିଲା । ବିବାହର ଠିକ ପରେ ପରେ ଏହାର ସିଡ୍ୟୁଲ ଥିବାରୁ କରୀନା ସୁଟକୁ ଯିବା ପୂର୍ବରୁ ସୈଫଙ୍କୁ ପଚାରିଥିଲେ ।

‘ଦବଙ୍ଗ-୨’ର ଏହି ଆଇଟମ ଗୀତଟିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବଂ ଏହା ସୁପରହିଟ ମଧ୍ୟ ହୋଇଥିଲା । କରୀନାଙ୍କ ଡ୍ୟାନ୍ସ ମଧ୍ୟ ସମସ୍ତଙ୍କ ମନଜିଣିବାରେ ସକ୍ଷମ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More