କୋଦାଳ ଧରି କ୍ଷେତ କାମ କରୁଥିବାର ନଜର ଆସିଲେ ଅଭିନେତ୍ରୀ , ଭିଡିଓ ଭାଇରାଲ !
ବଲିଉଡର ସୁନ୍ଦରୀ କରୀନା କପୂର ଖାନ କିଛି ଦିନ ହେବ ଫିଲ୍ମ ସହ ଟିଭିରେ ମଧ୍ୟ ନିଜ ଧମାକାଦାର ପରଫର୍ମାନ୍ସ ଦେଇ ସମସ୍ତଙ୍କ ହୃଦୟ କିଣିଛନ୍ତି । ମାତ୍ର ଏବେ ଟିଭି ପରଦା ପରେ କରୀନା କ୍ଷେତ କାମରେ ନିଜର ଅନ୍ୟ ଏକ ପରିଚୟ ବନାଇବା ପାଇଁ ପ୍ରୟାସ କରିଛନ୍ତି , ଏକଥା ଆମେ କହୁନାହୁଁ ବରଂ ଏହି ଭିଡିଓ କହୁଛି । ଅସଲରେ କରୀନା କ୍ଷେତରେ କୋଦାଳ ଧରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
View this post on Instagram
What is Kareena doing with @mostlysane something exciting coming up soon ❤😘🔥
କରୀନାଙ୍କ ଏଭଳି ଆଶ୍ଚର୍ଯ୍ୟକର ଭିଡିଓରେ ସୋସିଆଲ ମିଡିଆରେ ଫ୍ୟାନ୍ସ କମେଂଟ କରିବାରେ ଲାଗିଛନ୍ତି । ଏହି ଭିଡିଓରେ କରୀନା କପୂର ନିଆରା ଅନ୍ଦାଜରେ ନଜର ଆସିଛନ୍ତି । କିନ୍ତୁ ଏହି ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ଖୁଲାସା ହୋଇନାହିଁ । ଭିଡିଓ କେଉଁ ସ୍ଥାନର ଏବଂ କାହିଁକି ବନା ଯାଇଛି ଏହାକୁ ନେଇ ଏବେ ସ୍ପଷ୍ଟ ହୋଇନାହିଁ । ହୁଏତ ଭିଡିଓ କୌଣସି ଆଗାମୀ ବିଜ୍ଞାପନ କି ଫିଲ୍ମର ହୋଇଥିବ ବୋଲି ଲୋକେ ସନ୍ଦେହ କରୁଛନ୍ତି । ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । କରୀନା କପୂର ଖୁବଶୀଘ୍ର ଆଗାମୀ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ, ଯାହାର ନାଁ ରହିଛି ଗୁଡନ୍ୟୁଜ ଏବଂ ଏହାସହ ଇରଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିଅମ’ରେ ମଧ୍ୟ ନଜର ଆସିବେ ।