Only for Entertainment

ତୈମୁରଙ୍କୁ ହସ୍ପିଟାଲରୁ ଆଣିବା ବେଳେ ଏହିଭଳି ଥିଲା କରୀନାଙ୍କ ଫିଲିଙ୍ଗସ ।

aajtak
25

ବଲିଉଡ ଅଭିନେତ୍ରୀ କରୀନା କପୁର ଏବେ ୧୦୪.୮ ଏଫଏମରେ ଏକ କାର୍ଯ୍ୟକ୍ରମ କରୁଛନ୍ତି । ଏଠାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲିକରି କହିଛନ୍ତି । କାର୍ଯ୍ୟକ୍ରମରେ ସେ ସେହି ସମୟକୁ ମନେ ପକାଇଲେ ଯେତେବେଳେ ପ୍ରଥମ ଥର ସେ ହସ୍ପିଟାଲରୁ ତୈମୁରଙ୍କୁ ଘରକୁ ଆଣିଲେ ।

କରୀନା କହିଲେଯେ, ଏବେ ମଧ୍ୟ ମୋତେ ସେ ମୁହୂର୍ତ୍ତ ମନେ ଅଛି ଯେତେବେଳେ ତୈମୁରକୁ ଘରକୁ ନେଇ ଆସୁଥିଲୁ । ଆମେ ବ୍ରିଚ କ୍ୟାଣ୍ଡି ସ୍ପିଟାଲରୁ ତୈମୁରକୁ ନେଇ ଫେରୁଥିଲୁ । ସେତେବେଳେ ମୋ ଖୁସିର କୌଣସି ସୀମା ନଥିଲା । କିନ୍ତୁ ଏହା ସହିତ ମୁଁ ଖୁବ ଡରି ଯାଇଥିଲି ମଧ୍ୟ । ତୈମୁର ଖୁବ ଛୋଟ ଥିଲା । ପ୍ରଥମ ଥର ସେ ଗାଡ଼ିରେ ବସିଥିଲା । ସଡ଼କରେ ସାମାନ୍ୟ ଝଟକାରେ ମୋ ହୃତସ୍ପନ୍ଦନ ବନ୍ଦ ହୋଇ ଯାଉଥିଲା । ମୁଁ ଖୁବ ଅଧୀର ଥିଲି । ଅବଶ୍ୟ ଏହା ହେବା କଥା ମଧ୍ୟ । କିନ୍ତୁ ତୈମୁରକୁ ଘରକୁ ଆଣିବାର ସେହି ପ୍ରଥମ ଯାତ୍ରାକୁ କେବେ ମଧ୍ୟ ଭୁଲିବି ନାହିଁ ।

ଏହି ମଧ୍ୟରେ ସେ ତାଙ୍କ ମା ବବିତା କପୁରଙ୍କର ମଧ୍ୟ ଖୁବ ପ୍ରାଂସା କଲେ । କହିଲେ କିପରି ତାଙ୍କ ମା ତାଙ୍କ ପାଇଁ ଚିନ୍ତିତ ହୋଇଯାନ୍ତି । ମା ସବୁବେଳେ କୁହନ୍ତି ଯେତେବେଳେ ତୁ ମା ହେବୁ ସେତେବେଳେ ବୁଝିପାରିବୁ, ମୁଁ କିଭଳି ଅନୁଭବ କରୁଛି, କହିବୁ ୧୦ଟାରେ ଆସିବୁ, କିନ୍ତୁ ପହଂଚିବୁ ୧୨ଟାରେ । ସେହି ଦୁଇଘଂଟା ମୁଁ ଜାଣିପାରେନି ତୁ କେଉଁଠି ଅଛୁ । ଅବଶ୍ୟ ଏବେ କରୀନା ଏହା ବୁଝିପାରୁଛନ୍ତି । କାରଣ ସେ ମଧ୍ୟ ଏକ ମା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More