Only for Entertainment

କପିଲ ଦେବଙ୍କ ବଲ୍ ରେ କରିନାଙ୍କ ଛକା-ଚୌକା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

zee 5 tweet
73

ବଲିଉଡର ଅଭିନେତ୍ରୀ କରିନା କପୁର ଏବେ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ ରେ ଜଜ୍ ଭାବେ ନଜର ଆସୁଛନ୍ତି । କିନ୍ତୁ ଜଜ୍ ହେବା ପରେ ମଧ୍ୟ କରିନା କପୁର ଏହି ଶୋ’ ର ସେଟରେ ବହୁତ ମସ୍ତି କରୁଥିବାର ଦେଖିବାକୁ ମିଳିଛି ।

ନିକଟରେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ର ସେଟରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପେଟନ କପିଲ ଦେବଙ୍କୁ ଦେଖିବାକୁ ମଳିଥିଲା । ଶୋ’ ରେ କପିଲଙ୍କୁ ଦେଖି କରିନାଙ୍କ ଖୁସି କହିଲେ ନ ସରେ । ସେ ଏହି କ୍ରିକେଟରଙ୍କ ସହିତ ଖୁବ୍ ସାରା ମସ୍ତି କରିବା ସହ କ୍ରିକେଟ ଖେଳୁ ଥିବାର ମଧ୍ୟ ଦେଖିବାକୁ ମିଳିଛି । କରିନା କପୁର ଓ କପିଲ ଦେବଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଜି୫ର ଟ୍ୱିଟର ଆକାଉଣ୍ଟରେ ଶେୟାର ହୋଇଥିବା ଏହି ଭିଡିଓରେ ପୂର୍ବତନ କ୍ରିକେଟର କପିଲ ଦେବଙ୍କୁ ବୋଲିଂ ଓ କରିନା କପୁରଙ୍କୁ ବ୍ୟାଟିଂ କରିବାର ଦେଖିବାକୁ ମିଳିଛି । ପରେ କରିନା ଏକ ବ୍ୟାଟରେ କପିଲଙ୍କ ଅଟୋଗ୍ରାଫ ନେଇ କହିଛନ୍ତି, ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି । ଆଗାମୀ ଦିନରେ କରିନାଙ୍କ ପୁଅ (ତୈମୁର ଅଲି ଖାନ) କ୍ରିକେଟର ହେବେ ବୋଲି ସେ ଆଶା ରଖିଛନ୍ତି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ କରିନା ଏବେ ‘ଅଙ୍ଗ୍ରେଜୀ ମିଡିଅମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହିତ କରିନାଙ୍କୁ ଅକ୍ଷୟ କୁମାରଙ୍କ ସହିତ ଗୁଡ ନ୍ୟୁଜରେ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More