Only for Entertainment

ମାଲଦୀବ ବିଚରେ ଏବେ ବିକିନି ନୁହେଁ ଶାଢୀ ପିନ୍ଧି ବୁଲିବେ କରୀନା, ଫ୍ୟାନ୍ସଙ୍କୁ ଦେଲେ ଏଭଳି ଜୱାବ ।

bollywood tadka
36

ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କ ବିନ୍ଦାସ ଆଟିଟ୍ୟୁଡ ପାଇଁ ବେଶ ଜଣାଶୁଣା । ଏବେ ପୁଣିଥରେ ତାଙ୍କର ଏହି ଆଟିଟ୍ୟୁଡ ଦର୍ଶକଙ୍କୁ ଦେଖିବାକୁ ମିଳିଛି । ବାସ୍ତବରେ ନିକଟରେ କରୀନା ଅରବାଜଙ୍କ ଚ୍ୟାଟ ଶୋ କ୍ୱିକ ହିଲ ପିଂଚରେ ଅତିଥି ହୋଇ ପହଂଚିଥିଲେ । ସେଠାରେ ସେ ଟ୍ରୋଲର୍ସଙ୍କୁ କଡ଼ା ଜୱାବ ଦେଇଛନ୍ତି ।

ଜଣେ ୟୁଜର କମେଂଟରେ ଲେଖିଥିଲେ କରୀନାଙ୍କୁ ଦେଖିଲେ ଜଣାପଡ଼ୁଛିଯେ ସେ ପୋଷାକ ପିନ୍ଧିବାକୁ ଭୁଲି ଯାଇଛନ୍ତି । ଏଥିରେ କରୀନା କହୁଛନ୍ତି ବୋଧହୁଏ ସେ ମୋତେ ମାଳଦୀପରେ ବିକିନି ପିନ୍ଧିଥିବାର ଦେଖିଥିବେ । ବୋଧହୁଏ ଲୋକଙ୍କୁ ଏହା ପସନ୍ଦ ଆସିଲା ନାହିଁ । ଏହି କଥାରେ ଅରବାଜ ହସି ହସି କହୁଛନ୍ତି ତୁମେ ବିକିିନି କାହିଁକି ପିନ୍ଧିଥିଲ? ଏହାପରେ କରୀନା ଉତ୍ତର ଦେଇ କହିଲେ ଏଥର ମୁଁ ଶାଢୀ ପିନ୍ଧି ପହଂରିବି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ କରୀନା ଏବେ ଫିଲ୍ମ ଗୁଡ ନ୍ୟୁଜର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ବିପକ୍ଷରେ ନଜର ଆସିବେ ଅକ୍ଷୟ କୁମାର । ଏହା ବ୍ୟତୀତ କରୀନା କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ତଖ୍ତରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More