Only for Entertainment

ସେଲ୍ଫି ମାଗିବାରୁ କରୀନା ଫ୍ୟାନ୍ସଙ୍କ ସହ କଲେ ଖରାପ ବ୍ୟବହାର !

37

ବଲିଉଡ ଅଭିନେତ୍ରୀ କରୀନା କପୁର ନିଜର ଲୁକ ଏବଂ ପୁଅ ତୈମୁରକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସେହିଭଳି କରୀନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁ କାରଣରୁ ସୋସିଆଲ ମିଡିଆରେ ଅନେକ ଆଲୋଚନା ହେବାରେ ଲାଗିଛି । ଅସଲରେ ଭାଇରାଲ ଭିଡିଓରେ କରୀନା ଭଉଣୀ କରିଶ୍ମାଙ୍କ ସହ ନଜର ଆସିଥିଲେ । ଦୁହେଁ ଫଟୋ ମଧ୍ୟ ଉଠାଇଥିଲେ । କିନ୍ତୁ ଜଣେ ଫଟୋଗ୍ରାଫର ଦୁଇ ଭଉଣୀଙ୍କ ସହ ସେଲ୍ଫି ନେବା ପାଇଁ କହିବାରୁ କରୀଶ୍ମା ପୋଲାଇଟରେ ଆଗକୁ ବଢି ଯାଇଥିଲେ ଏବଂ କରୀନା ରାଗରେ କିଛି କହି ସାଇଡ ହୋଇଯାଇଥିଲେ । କରୀନାଙ୍କ ଏଭଳି ବ୍ୟବହାର ଫ୍ୟାନ୍ସମାନେ ନାପସନ୍ଦ କରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani) on

ସୋସିଆଲ ମିଡିଆରେ ତାଙ୍କର ବ୍ୟବହାରକୁ ନେଇ ୟୁଜର ଅନେକ କିଛି ଶୁଣାଇଛନ୍ତି । କରୀନାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଛି ଦିନ ହେବ ସେ ନିଜ ଅପକମିଂ ଫିଲ୍ମ ‘ଗୁଡନ୍ୟୁଜ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ସେଟର ଅନେକ ଫଟୋ ଏବଂ ନୁଆ ଅପଡେଟ ସାମ୍ନାକୁ ଆସିଛି । ଏଥିରେ ତାଙ୍କ ସହ ଅକ୍ଷୟ କୁମାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More