Only for Entertainment

କଙ୍ଗନାଙ୍କ ବାୟୋପିକକୁ ନେଇ କରୀନା କପୁର ଦେଲେ ଏହି ପ୍ରତିକ୍ରିୟା

DNA India
26

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିକଟରେ କହିଥିଲେ ସେ ନିଜ ଉପରେ ବାୟୋପିକ ନିର୍ମାଣ କରିବାକୁ ଚାହାଁନ୍ତି । କଙ୍ଗନାଙ୍କ ଏହି କଥାକୁ ନେଇ ଏବେ ଅଭିନେତ୍ରୀ କରୀନା କପୁର ଖାନ ପ୍ରତିକ୍ରିୟା ଦେଇଛନ୍ତି । କରୀନା କହିଛନ୍ତି ଯେ, ସେ କଙ୍ଗନାବଙ୍କ ବାୟୋପପିକ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।

କରୀନା କଙ୍ଗନାଙ୍କ ପ୍ରଶଂସା କରି କହିଥିଲେ, “ମୁଁ ଶୁଣୁଛି କଙ୍ଗନାଙ୍କ ବାୟୋପିକ ଆସୁଛି ଏହାକୁ ଦେଖିବା ପାଇଁ ମୁଁ ଉତ୍ସାହିତ ଅଛି । ମୋତେ ଲାଗୁଛି କଙ୍ଗନା ଏକ ପ୍ରତିଭାବାନ ଅଭିନେତ୍ରୀ । ମୁଁ ତାଙ୍କୁ ଖୁବ ଭଲ ପାଏ ଏବଂ ମୁଁ ତାଙ୍କର ବହୁତ ବଡ ଫ୍ୟାନ । ସେ ଜଣେ ଭଲ ଏବଂ ବୁଦ୍ଧିମାନ ମହିଳା ।” ଏହା ବ୍ୟତିତ କରୀନାଙ୍କୁ ‘ମଣିକର୍ଣ୍ଣିକା’ ଦେଖିଛନ୍ତି ବେଲି ପଚରାଯିବାରୁ ସେ କହିଥିଲେ । ମୁଁ ଏପର୍ଯ୍ୟନ୍ତ ଦେଖିନି କିନ୍ତୁ ଖୁବ ଶୀଘ୍ର ଦେଖିବି ।

ଫିଲ୍ମ ବିଷୟରେ କହିବାକୁ ଗଲେ କରୀନା ଏବେ ‘ଗୁଡ ନ୍ୟୁଜ’ର ସୁଟିଂ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ଏବା ବ୍ୟତିତ ସେ କରଣ ଜୋହରଙ୍କ ମଲ୍ଟି ଷ୍ଟାର ଫିଲ୍ମ ‘ତଖ୍ତ’ରେ ମଦଅୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More