Only for Entertainment

ସାରା ଏବଂ କାର୍ତ୍ତିକ ଆର‌୍ୟନଙ୍କ ଯୋଡ଼ିକୁ ନେଇ ଏଭଳି ମତ ରଖିଲେ ସାବତ ମା କରୀନା କପୁର ।

bollywood tadka
33

ବଲିଉଡରେ ନୂଆ ତାରକା ନୂଆ ଯୋଡ଼ି ଖୋଜୁଛନ୍ତି । ଯେତେବେଳେ ତାଙ୍କୁ ଯୋଡ଼ି ମିଳିଯାଏ ସେତେବେଳେ ତାଙ୍କ ବିଷୟରେ ଆଲୋଚନା ହେବା ଏକ ସାଧାରଣ କଥା । ଏବେ ଆମେ ଆଲୋଚନା କରିଛୁ ବଲିଉଡର ନବାଗତ ନାୟିକା ସାରା ଅଲି ଖାନ ଏବଂ ଆକ୍ଟର କାର୍ତ୍ତିକ ଆର‌୍ୟନଙ୍କ ବିଷୟରେ । ନିକଟରେ କରଣ ଜୋହରଙ୍କ ଶୋ କଫି ୱିଦ କରନରେ କରୀନା କପୁର ସାରା ଅଲି ଖାନ ଏବଂ କାର୍ତ୍ତିକ ଆର‌୍ୟନଙ୍କ ଯୋଡ଼ିକୁ ନେଇ ନିଜର ମତ ରଖିଛନ୍ତି ।

କହିରଖୁଛୁଯେ ଏକ ଚ୍ୟାଟ ଶୋ ଜରିଆରେ ସାରା କହିଥିଲେଯେ ସେ ବଲିଉଡ ଆକ୍ଟର କାର୍ତ୍ତିକ ଆର‌୍ୟନଙ୍କୁ ଡେଟ କରିବାକୁ ଚାହୁଁଛନ୍ତି । ଏହାପରେ କାର୍ତ୍ତିକ ମଧ୍ୟ ତାଙ୍କ ସହିତ ଡେଟରେ ଯିବାକୁ ମାନିଗଲେ । ଏହି ଖବର ମଧ୍ୟରେ କରୀନା କପୁର କହିଛନ୍ତି ମୋତେ ଲଗୁଛିଯେ ଦୁଇଜଣଙ୍କ ଯୋଡ଼ି ଭଲ ଜମିବ । ଦୁଇଜଣ ଏକା ସାଙ୍ଗରେ ଫିଲ୍ମ କରିବାକୁ ପ୍ଲାନିଙ୍ଗ କରୁଛନ୍ତି । ଦୁଇଜଣ ଏକା ସାଙ୍ଗରେ ଭଲ ଲାଗୁଛନ୍ତି । କାର୍ତ୍ତିକ ମାସି ଏବଂ ସାରା କ୍ଲାସି । ତେଣୁ ମାସ ଏବଂ କ୍ଲାସ କାମ କରେ ।

ଏବେ ଏହି ଉପରେ କାର୍ତ୍ତିକଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ଯେଉଁଥିରେ ସେ କହିଛନ୍ତିଯେ ଏହା ତାଙ୍କ ପାଇଁ ଏକ କମ୍ପ୍ଲିମେଂଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More