Only for Entertainment

ଜିମରେ ୱାର୍କଆଉଟ କରୁଥିବାର ନଜର ଆସିଲେ କରୀନା, ଦେଖନ୍ତୁ ଭିଡିଓ !

bollywoodtadka
0 36

ବଲିଉଡ ଅଭିନେତ୍ରୀ କରୀନା କପୂର ଖାନ ଅନେକ ସମୟରେ ଜିମ ବାହାରେ ସ୍ପଟ ହୋଇ ଥାଆନ୍ତି । ଏବେ କରୀନାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କରୀନା ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ତାଙ୍କ ଟ୍ରେନର ନମ୍ରତା ପୁରୋହିତ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ଭିଡିଓରେ କରୀନା ଖୁବ କଠିନ ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି । କରୀନା ନିଜ ଫିଟନେସକୁ ନେଇ ଖୁବ ସିରିୟସ ଅଟନ୍ତି । ଫ୍ୟାନ୍ସ ତାଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ।

କିଛିଦିନ ତଳେ କରୀନା ଲାକ୍ମି ଫ୍ୟାଶନ ୱିକ ୨୦୧୮ରେ ଜଲୱା ଦେଖାଇଥିଲେ । ଏହି ଶୋ ରେ ସେ ସିଲଭର ଗୋଲ୍ଡେନ ଅଫ ଶୋଲ୍ଡର ଗାଉନ ପିନ୍ଧିଥିଲେ , ଯେଉଁଥିରେ ସେ ଖୁବ ଗ୍ଲାମରସ ଅନ୍ଦାଜରେ ନଜର ଆସିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ କରୀନା ଆଲିୟା ଭଟ୍ଟଙ୍କ ସହ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ତଖ୍ତ’ରେ ନଜର ଆସିବେ ଏବଂ ଏହି ଫିଲ୍ମରେ ତାଙ୍କ ସହ ଜାହ୍ନବୀ କପୂର, ଭୂମି ପେଡନାକର, ବିକି କୌଶଲ ଏବଂ ଅନୀଲ କପୂର ମଧ୍ୟ ଭୂୂମିକାରେ ନଜର ଆସିବେ । ଏହି ଫିଲ୍ମ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More