Only for Entertainment

କରୀନାଙ୍କୁ ମିଳିଲା ଆଉ ଏକ ଫିଲ୍ମର ଅଫର, ମହିଳା କେନ୍ଦ୍ରୀତ କମେଡି ଫିଲ୍ମରେ ଆସିବେ ନଜର ।

Women Exclusive Magazine
0 36

ନିଜ ଅଭିନୟର ଜଲୱା ଦେଖାଇ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତୁଥିବା ବଲିଉଡ୍ ଅଭିନେତ୍ରୀ କରୀନାଙ୍କ ପାଖରେ ଏବେ ରହିଛି ଫିଲ୍ମର ଲମ୍ବା ତାଲିକା । ଖୁବ୍ ଶୀଘ୍ର ସେ ଅକ୍ଷୟ କୁମାରଙ୍କ ସହ ‘ଗୁଡ ନ୍ୟୁଜ’ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସିନେମା ବ୍ୟତୀତ ଆଉ ଏକ କମେଡି ଡ୍ରାମା ଫିଲ୍ମକୁ ବି ସାଇନ୍ କିରଛନ୍ତି କରୀନା । ଏହା ଏକ ମହିଳା କେନ୍ଦ୍ରୀତ କମେଡି ଫିଲ୍ମ ହେବାକୁ ଯାଉଛି । କରୀନାଙ୍କ ଏହି ଫିଲ୍ମର ସୁଟିଂ ଉତ୍ତର ପ୍ରଦେଶରେ କରାଯିବ ।

Kareena-kapoor-Bold-Move

ଫିଲ୍ମରେ ଅଭିନୟ କରିବାକୁ ଥିବା ଅନ୍ୟ କଳାକାରଙ୍କ ନାଁ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଡିସେମ୍ବରରେ ଗୁଡ ନ୍ୟୁଜ ଫିଲ୍ମର ସୁଟିଙ୍ଗ ଆରମ୍ଭ କରି ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛନ୍ତି କରୀନା । ଏହା ପରେ ସେ ଏହି କମେଡି ଡ୍ରାମା ଫିଲ୍ମର ସୁଟିଙ୍ଗ କରିବେ ବୋଲି ଶୁଣିବାକୁ ମିଳୁଛି ।

kareena001

ଏହି ଦୁଇଟି ସିନେମା ବ୍ୟତିତ କରୀନା ଫିଲ୍ମ ନିର୍ମାତା ରୃକରଣ ଜୋହରଙ୍କ ଫିଲ୍ମ ତଖ୍ତରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ କରୀନାଙ୍କ ବ୍ୟତିତ ରଣବୀର ସିଂ, ଅନିଲ କପୁର, ଆଲିଆ ଭଟ୍ଟ, ଜାହ୍ନବୀ କପୁର, ଭିକି କୌଶଲ ଏବଂ ଭୂମି ପେଡନେକରଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More