Only for Entertainment

ମଧୁମେହ ରୋଗୀଙ୍କ ପାଇଁ ରାମବାଣ ଭଳି କାମ କରେ କଲରା

59

କଲରା କେହି କେହି ଖାଇବାକୁ ପସନ୍ଦ କରନ୍ତି ତ କେହି କେହି ପସନ୍ଦ କରନ୍ତି ନାହିଁ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି ଭଳି ପୋଷକ ତତ୍ତ୍ୱ ରହିଥାଏ। ମଧୁମେହ ରୋଗୀଙ୍କ ପାଇଁ କଲରା ଲାଭଦାୟକ। ଏହି ରୋଗୀ ପ୍ରତିଦିନ ସକାଳେ ଖାଲି ପେଟରେ ୨୦ ଗ୍ରାମ କଲରାକୁ ବାଟି ପିଇଲେ ଏକ ମାସ ମଧ୍ୟରେ ରକ୍ତ ଶର୍କରା ନିୟନ୍ତ୍ରଣ ହୁଏ।

Bitter melon farm

 

ପେଟ ତଥା କିଡନୀ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ କଲରା। ଏହାକୁ ନିୟମିତ ଭାବରେ ଖାଇବା ଏବଂ ଏହାର ରସ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ।

 

କଲରା ଦୃଦ୍‌ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ। ଯାହାଦ୍ୱାରା ହୃଦଘାତ ଜନିତ ସମସ୍ୟାକୁ କିଛି ମାତ୍ରାରେ ଏଡାଇବା ସମ୍ଭବପର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More