Only for Entertainment

କଳା ଶାଢୀରେ ର‌୍ୟାମ୍ପରେ ଚାଲିଲେ କରୀଷ୍ମା କପୁର, ଜବରଦସ୍ତ ଲୁକରେ ଆସିଲେ ନଜର !

29

ରବିବାର ରାତି ଦିଲ୍ଲୀରେ ଗ୍ଲୋବାଲ ନୋମାଡ ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା । ଏହି ଫ୍ୟାଶନ ଶୋ’ରେ ଅନେକ କଳାକାର ଯୋଗ ଦେଇଥିଲେ, କିନ୍ତୁ ଯେତେବେଳେ କରିଷ୍ମା କପୂର ର‌୍ୟାମ୍ପ ୱାକ କରିଥିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକି ଯାଇଥିଲା । ଏହି ଶୋ’ରେ କରୀଷ୍ମା କଳା ରଂଗର ଶାଢୀ ପିନ୍ଧିଥିଲେ । ଏହାସହ ସେ ମ୍ୟାଚିଂ ଦୁପଟା ବ୍ୟବହାର କରିଥିଲେ ।

ନିଜ ଲୁକକୁ କମ୍ପ୍ଲିଟ କରିବା ପାଇଁ ସେ ଏକ ଓଜନିଆ ଝୁମକା ମଧ୍ୟ ପିନ୍ଧିଥିଲେ । କରୀଷ୍ମା ସଂଯୁକ୍ତା ଦତ୍ତଙ୍କ ପାଇଁ ରାମ୍ପ ୱାକ କରିଥିଲେ ।

ଏଠାରେ ଆମେ କହି ରଖୁଛୁ କରୀଷ୍ମା କପୂର ଅନେକ ଦିନ ହେବ ଫିଲ୍ମରୁ ଦୂରରେ ଅଛନ୍ତି ମାତ୍ର ସୋସିଆଲ ସାଇଟରେ ନିଜ ଫଟୋ ଶେୟାର କରୁଛନ୍ତି । ଖୁବଶୀଘ୍ର କରୀଷ୍ମା ଏକତା କପୂରଙ୍କ ୱେବ ସିରିଜରେ ନଜର ଆସିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More