କରିଶ୍ମା କପୁରଙ୍କ ଡିଜିଟାଲ ଡେବ୍ୟୁ, ୭ ବର୍ଷ ପରେ ପୁଣିଥରେ ପରଦାରେ ଆସିବେ ନଜର
୭ ବର୍ଷ ପରେ ପୁଣିଥରେ ଦେଖିବାକୁ ମିଳିବ ବଲିଉଡ୍ ସୁନ୍ଦରୀ କରିଶ୍ମା କପୁରଙ୍କ ଆକର୍ଷଣୀୟ ଅଭିନୟ । ଏହି ସୁନ୍ଦରୀ ଡିଜିଟାଲ୍ ମିଡିଅମ୍ ଜରିଆରେ ନିଜ ଅଭିନୟ କ୍ୟାରିୟରକୁ ଫେରିବାକୁ ଯାଉଛନ୍ତି । ଆଉ ତାଙ୍କ ଆଗାମୀ ୱେବ୍ ସିରିଜର ଟାଇଟେଲ୍ ରହିଛି ‘ମେଂଟାଲ୍ ହୁଡ୍’ । ଏଥିରେ ତାଙ୍କ ସହ ନାୟକ ଭାବେ ଅଭିନେତା ଡିନୋ ମୋରିଆ ନଜର ଆସିବେ । ଯିଏ କି ଲମ୍ବା ବ୍ୟବଧାନ ପରେ ଅଭିନୟକୁ ଫେରିବେ । ଅଲ୍ଟ ବାଲାଜି ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ୱେବ୍ ସିରିଜର ପ୍ରଯୋଜନା କରୁଛନ୍ତି ଏକତା କପୁର୍ । ଆଉ ଏହି ୱେବ୍ ସିରିଜ୍ ଅଲ୍ଟ ବାଲାଜିରେ ଖୁବଶୀଘ୍ର ପ୍ରସାରିତ ହେବ ।
Meet our Mental Mom #KarismaKapoor as Meira Sharma.
A small town mom, she knows parenting is all about the right balance & her muddled thoughts are put to a blog. A tired, stressed out, worrying, caring… mental mom!#Mentalhood #ALTBalajiOriginal @ektaravikapoor pic.twitter.com/6c7RBrZp4r— ALTBalaji (@altbalaji) May 22, 2019
ନିକଟରେ ଏହି ୱେବ ସିରିଜର କିଛି ପୋଷ୍ଟର ରିଲିଜ ହୋଇଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ କରିଶ୍ମା ଜଣେ ମା’ ଭୂମିକାରେ ନଜର ଆସିବେ । ଯେ ନିଜ ଛୁଆ ମାନଙ୍କୁ କିପରି ନିୟନ୍ତ୍ରଣ କରିଥାନ୍ତି ତାହା ଦେଖିବାକୁ ମିଳିବ । କରିଶ୍ମାଙ୍କ ଭୂମିକା ସହିତ ପ୍ରତ୍ୟେକ ମା ନିଜକୁ ଦେଖିପାରିବେ । ଆଶା କରାଯାଉଛି ଏହା ସମସ୍ତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ।
Meet our Mental Mom #KarismaKapoor as Meira Sharma.
A small town mom trying to navigate through this jungle of Mumbai momzillas. She is you, she is me & she is every mom out there. A tired, stressed out, worrying, caring; mental mom!#Mentalhood #ALTBalajiOriginal @ektaravikapoor pic.twitter.com/AjDS04zJJO— ALTBalaji (@altbalaji) May 22, 2019